ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୪ର୍ଥ କ୍ଵାଟର ଫାଇନାଲରେ ୧୫ଅଗଷ୍ଟ କ୍ରିକେଟ କ୍ଳବ ବ୍ରହ୍ମପୁର ଵିଜୟୀ…

ହିଞ୍ଜିଳିକାଟୁ, ୨୪।୧ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ୪ର୍ଥ କ୍ବାଟର ଫାଇନାଲ ଦିଵସରେ ମହାଲକ୍ଷ୍ମୀ ଏକାଦଶ କ୍ଳବ ଶେରଗଡ ସହ ୧୫ ଅଗଷ୍ଟ କ୍ଳବ ଵ୍ରହ୍ମପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ମହାଲକ୍ଷ୍ମୀ କ୍ରିକେଟ କ୍ଳବ ଶେରଗଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ୧୯,୩ ଓଭରରେ ସମସ୍ତ ୱିକେଟ ବିନିମୟରେ ୧୨୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷରେ ୧୫ ଅଗଷ୍ଟ କ୍ରିକେଟ କ୍ଳବ ବ୍ରହ୍ମପୁର ଦଳ୧୧,୩ ଓଭରରେ ୨ଗୋଟି ୱିକେଟ ହରାଇ ୧୨୮ ରନ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ପାଇଁ ବିବେଚିତ । ୧୫ ଅଗଷ୍ଟ କ୍ରିକେଟ କ୍ଳବ ପକ୍ଷରୁ ପୂର୍ଣ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ । ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦର ଅଧ୍ୟାପକ ପଚାଂନନ ଦାଶ ପୂର୍ଣ ଙ୍କୁୂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଜିତେନ୍ଦ୍ର ଦାସ ଓ ପ୍ରଶାନ୍ତ ପାଢି ପରିଚାଳନା କରିଥିଲେ। ସ୍କୋରର ଭାବେ ସୁମନ ସାହୁ ଅନଲାଇନ ମାଧ୍ୟମରେ ଧାରା ବିବରଣୀ ଯୋଗେନ୍ଦ୍ର ନାୟକ ପ୍ରଦାନ କରିଥିଲେ । ସତିସ ପାଢି, ଅମୂଲ୍ୟ ରତ୍ନ ପଣ୍ଡା, ଲିଟୁ ପ୍ରଧାନ, ସିମାଞ୍ଚଳ ପାଣିଗ୍ରାହୀ, ଉମା ମହାରଣା,, ସାଗର ବେହେରା, ସଚିନ ସେଠି, ସୁରୁଜ ସୁବୁଦ୍ଧି, ସୁନିଲ ପାଠି ,ଜିତେନ୍ଦ୍ର ଦାସ, ରଜତ ପ୍ରଧାନ, ଟିକୁ ମହାରଣା ଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.