ଦେଶୀ ମଦ ପାଇଁ ତାତିଲେ ମହିଳା, ପୋଲିସ ଆଗରେ ଭାଙ୍ଗିଲେ ମଦ ଦୋକାନ…


ହିଞ୍ଜିଳିକାଟୁ ୨୪।୧ ମଦ ପାଇଁ ତାତିଲେ ମହିଳା । ମଦ ଦୋକାନ ଭାଙ୍ଗିଲେ, ନିଆଁ ଜାଳିଲେ, ଦେଶୀ ମଦ ପାଉଚ ମଦୁଆ ଵୋହି ନେଲେ ଆଉ ମଦ ଚୁରମାର କରିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଳକ ଆଦର୍ଶ ପଚାଁୟତ ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ଵଗାଁ ପଞ୍ଚାୟତ ଘିଅଚୋଳୀ ତୋଟା ମଧ୍ୟରେ । ଦୀର୍ଘଦିନ ଧରି ଏଠାରେ ଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ଅଭିଯୋଗ କରିଆସୁଥିଲେ ଗ୍ରାମର ମହିଳା । ଏହାକୁ ପ୍ରଶାସନ ବନ୍ଦ ନକରିବାରୁ ମଙ୍ଗଳବାର ପୂର୍ବାହ୍ନରେ ଶତାଧିକ ମହିଳା ଏପରି ପଦକ୍ଷେପ ନେଇଛନ୍ତି । ମହିଳାମାନେ, ପ୍ରଶାସନ ବିରୋଧରେ ଏତେ ତାତିଛନ୍ତି ଯେ ପୋଲିସ ସମ୍ମୁଖରେ ଦେକାନ ଭାଙ୍ଗିଛନ୍ତି । ଏଠାରେ ଥିବା ମଦ ଦୋକାନଟି ସରକାରୀ ଆଇନକୁ ସମ୍ପୂର୍ଣ୍ଣ ଉଲଘଂନ କରୁଛି । ଏନେଇ ଅନେକ ସମୟରେ ଏଠାକାର ମହିଳାମାନେ ହିଞ୍ଜିଳିକାଟୁ ପ୍ରଶାସନ ,ଅବକାରୀ ବିଭାଗ ସହ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବା ସହ ବାରମ୍ବାର

ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ପ୍ରଶାସନ ସେମାନଙ୍କ କଥାକୁ କର୍ଣ୍ଣପାତ କରିନଥିଲା । ଯାହାକୁ ନେଇ ଆଜି ବାଧ୍ୟ ହୋଇ ମହିଳାମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ଦୋକାନର ତାଲାକୁ ଭାଙ୍ଗି ଲୁହା ଗ୍ରାଲ ଓ କବାଟ ତାଡି କୁଡିଆ ପୋଡି ଦେଶୀ ମଦ ଵସ୍ତା ନଷ୍ଟ କରିବା ସହ ମଦ ଦୋକାନ ଆଗରେ ବିକ୍ଷୋଭ କରିଛନ୍ତି । ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ଵଗାଁ ଓ ବାଦିଆମ୍ଵଗାଁ ମଧ୍ୟରେ ଆଦର୍ଶ ପୋଖରୀ କୂଳରେ ଅବସ୍ଥିତ ଥିବା ଘିଅଚୋଳୀ ତୋଟା ମଧ୍ୟରେ ଉତ୍ୟକ୍ତ ଶତାଧିକ ମହିଳା ଙ୍କ ସହ ପୁରୁଷ ଏକତ୍ରିତ ହୋଇ ମଦ ଦୋକାନ ଭାଙ୍ଗିବା ସହ ଦେଶୀ ମଦ ପାଉଚ ଫିଙ୍ଗିଥିବା ବେଳେ କିଛି ସ୍ଥାନୀୟ ଗ୍ରାମବାସୀ ମଦ ବୋହି ନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମହିଳା ଙ୍କ ଅଭିଯୋଗ ଅନୁସାରେ ସ୍କୁଲ୍, ମନ୍ଦିର, ପୋଖରୀ ଭଳି ସମ୍ବେଦନଶୀଳ ଅନୁଷ୍ଠାନ ଗୁଡିକ ରହିଛି। ମଦ ମୃତ୍ୟୁ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଦ ଦୋକାନ ନ ଖୋଲିବାକୁ ଚେତାବନୀ ଦେଇଛନ୍ତି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟ ପକ୍ଷରେ ଏଠାରୁ ମଦ ଦୋକାନ ବନ୍ଦ କରିବା ସହ ମଦ ଵେପାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ମହିଳାମାନେ ନିଜ ଜିଦରେ ଅଟଳ ରହିଛନ୍ତି ।ପରେ ସେଠାରୁ ଶାସନ ଆମ୍ଵଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠୀ ଙ୍କ ଘର ଆଗରେ ଏକତ୍ରିତ ହୋଇ ବିଭିନ୍ନ ଶ୍ଳୋଗାନ ଦେଇ ବିରୋଧ କରିଥିଲେ। ହିଞ୍ଜିଳି ପୋଲିସ ଵୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.