ପିଏ ଆତ୍ମହତ୍ୟା ମାମଲାରେ ଜବାବ ରଖିଲେ ପୂର୍ବତନ ଜିଲ୍ଲାପାଳଙ୍କ ଓକିଲ…

ମାଲକାନଗିରି : ଆଜି କୋର୍ଟରେ ହାଜର ହେବାର ଥିଲା ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ଯୋଜନା ଓ ସମନ୍ବୟ ବିଭାଗ ଯୁଗ୍ମ ସଚିବ ମନୀଷ ଅଗ୍ରୱାଲ । ହେଲେ ମନିଷ ଅଗ୍ରୱାଲ ନୋଟିସ୍ ପାଇନଥିବା ଦର୍ଶାଇ କୋର୍ଟରେ ହାଜର ହେଲେ ତାଙ୍କ ଓକିଲ ଯୁବରାଜ ପାରିକର ।ମାଲକାନଗିରି ଜିଲ୍ଲାପାଳ ଥିବା ବେଳେ ନିଜ ପିଏଙ୍କ ହତ୍ୟାର ସାଂଘାତିକ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ପିଏ ଦେବ ନାରାୟଣ ପଣ୍ଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରେ ତାଙ୍କର ଶବ ମିଳିଥିଲା ସତିଗୁଡ଼ା ଜଳ ଭଣ୍ଡାରରୁ । 2019 ମସିହାର ଏହି ଘଟଣାର ତଦନ୍ତ କରିବା ଲାଗି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ୍ କୁ ନିର୍ଦ୍ଦେଶ ଦେଇଥିଲେ । ତବେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟକୁ ଭୁଲ ଦର୍ଶାଇ ମାଲକାନଗିରି SDJM କୋର୍ଟ ରେ ଗତ ୧୭ ତାରିଖ ଦିନ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ତାଙ୍କ ୩ ଜଣ ସହଯୋଗୀଙ୍କ ନାମରେ ପୁଣି ଥରେ ପିଟିସନ ଦାଖଲ କରିଥିଲେ । ଯାହାକୁ କୋର୍ଟ ଗ୍ରହଣ କରି ମନିଷ ଅଗ୍ରୱାଲଙ୍କୁ ଆଜି କୋର୍ଟ ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।

nis-ad
Leave A Reply

Your email address will not be published.