ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ବନବିହାର ଓ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିତ୍ରକୋଣ୍ଡା:(୨୪/୦୧) କରୋନା କଟକଣା ନିମନ୍ତେ ଦୀର୍ଘ ଦୁଇ ତିନି ବର୍ଷ ହେଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ବନବିହାର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇ ପଡିଥିଲା । ତେବେ ଚଳିତ ବର୍ଷ ଉକ୍ତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ଗତକାଲି ଚିତ୍ରକୋଣ୍ଡା ସ୍ପିଲବାଇ ହିଲିପାଡ ସ୍ଥିତ ମାଟିବନ୍ଧ ଯୋଜନା ପାର୍କ ଭିତରେ ଶିଶୁ ମନ୍ଦିର ର ସମସ୍ତ ଭାଇ ଭଉଣୀ ମାନଙ୍କୁ ନେଇ ବନବିହାର କାର୍ଯ୍ୟକ୍ରମ ସହ ବଣଭୋଜି କାର୍ଯ୍ୟକ୍ରମ ହୋଇ ଯାଇଛି l ବିଦ୍ୟାଳୟ ର ଉକ୍ତ କାର୍ଯ୍ୟକ୍ରମ ଅବସରରେ ସଭାପତି ହେମନ୍ତ କୁମାର ଭୂୟାଁ, ସମ୍ପାଦନ ମଦନ ମୋହନ ଦାସ, କୋଷlଧକ୍ଷ ମନୋଜ କୁମାର ପାତ୍ର ଏବଂ ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନ ଙ୍କ ଉପସ୍ଥିତିରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ତଥା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ପରମ୍ପରା ଵିଧି ମୁତାବକ ଅନୁଯାୟୀ ଗତକାଲି ବନବିହାର କାର୍ଯ୍ୟକ୍ରମ ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଜୟନ୍ତୀ ମଧ୍ୟ ପାଳନ କରିଥିଲେ l ଦୀର୍ଘ ଦିନ ପରେ ବିଦ୍ୟାଳୟର ବନବିହାର କାର୍ଯ୍ୟକ୍ରମ ହେଉଥିବା ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ଏହି କ୍ରମରେ ସ୍ବାଗତ ଭାଷଣ, ବନ୍ଦନା, ଶପଥ ପାଠ ତଥା ବନ୍ଦେ ମାତରଂ ଧୂନି ସହିତ ବଣଭୋଜି ପାଳନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଭାସ୍କର ଗୁରୁଜୀ,ଗୁରୁମା ସବିତା ମହାପାତ୍ର, ସରସ୍ବତୀ ପଣ୍ଡା,ସଂଯୁକ୍ତା ପଟ୍ଟନାୟକ,କେ ଭାରତୀ ରାଓ ଅନ୍ୟ ସାଥି ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.