ସରକାରୀ ଯୋଜନା ଏଠି ଧର୍ମକୁ ଆଖି ଠାର : ଭଙ୍ଗା ଦଦରା ଘରେ ବିତୁଛି ଜୀବନ…


ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ଗାଁ ର ବନିତା ଦିଗାଲ ଦିର୍ଘ ବର୍ଷ ରୁ ଭଙ୍ଗା ଦଦରା ଘର ହିଁ ଭରଷା । ସ୍ବାମୀ ରାଜେଶ ଦିଗାଲ ଦିନ ମଜୁରିଆ ଯାଇ ପରିବାର ପୋଷଣ କରୁଛନ୍ତି । ପରିବାରରେ ରହୁଛନ୍ତି ପାଞ୍ଚ ଜଣ ସଦସ୍ୟ ଏହି ଝାଟିମାଟି କୁଡ଼ିଆରେ ରହି ଆସୁଛନ୍ତି । ସରକାର ଙ୍କ ମୋ କୁଡିଆ ଯୋଜନା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରାୟୋଜିତ ଯୋଜନା ମାଧ୍ୟମରେ ଦୁର୍ବଳ, ଗୃହ ଶୂନ୍ୟ ଓ ଗରିବ ପରିବାରଙ୍କୁ ବାସଗୃହ ଯୋଗାଇ ଦିଆଯାଇଥାଏ । ଦାରିଦ୍ର୍ୟ ସୀମାରେଖା ତଳେ ବହୁତ ଦିନ ରୁ ରହିଆସୁଥିଲେ ସୁଧା ମିଳି ପାରୁନାହିଁ ରହିବାକୁ ଖଣ୍ଡେ ସରକାର ଙ୍କ ତରଫରୁ ଆବାସ ଯୋଜନା । କେନ୍ଦ୍ର ଓ ରାଜ୍ୟ ସରକାର ତରଫରୁ ଗ୍ରାମାଞ୍ଚଳ ଗରିବ ପରିବାରର ପାଇଁ ଅନେକ ଯୋଜନା ପ୍ରଣୟନ କରିଆସୁଥିଲେ ମଧ୍ୟ ସଠିକ ହିତାଧିକାରୀ ଙ୍କ ପାଖକୁ ପହଞ୍ଚିବା ପୂର୍ବରୁ ବାଟବଣା ହେଉଥିବା ଆପଣ ଏହି ଭଙ୍ଗା ଦଦରା ଘର ଦେଖି ଠିକ୍ ବୁଝିପାରୁଥିବେ । ମାସେ ନୁହେଁ ବର୍ଷ ବର୍ଷ ଧରି ରହିଆସୁଥିଲେ ମଧ୍ୟ ଗରିବ ହିତାଧିକାରୀ ଙ୍କ ପାଇଁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିବା ସାତ ସ୍ବପ୍ନ । ସରକାର ଙ୍କ ତରଫ ରୁ ମିଳୁଥିବା ୨୦ କିଲୋ ଚାଉଳ ଯେତିକି ମିଳିଛି ସେତିକି ପରିବାର ଚଳିବା କଷ୍ଟକର । ବାରମ୍ବାର ସରକାରୀ ବାବୁଙ୍କୁ ଘର ଖଣ୍ଡିଏ ପାଇଁ ଗୁହାରୀ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ବନିତା । କେବେ ପଡିବ ପ୍ରଶାସନ ଙ୍କ ଦୃଷ୍ଟି ସେହି ଅପେକ୍ଷା ରେ ବନତା ଙ୍କ ପରିବାର । ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ ଙ୍କୁ ପଚାରିବାରୁ କିଭଳି ତୁରନ୍ତ ଘର ଖଣ୍ଡିଏ ମିଳି ପାରିବ ତାହା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି । ଏଥି ପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଅଞ୍ଚଳ ବାସୀ ଅନୁରୋଧ କରି ଛନ୍ତି

nis-ad
Leave A Reply

Your email address will not be published.