ଗ୍ରୀଡ ସବସେଷ୍ଟନ ଉଦଘାଟନ ପୂର୍ବରୁ ବିବାଦ”ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ ବିଦ୍ୟୁତ ବିଭାଗ…

ମାଲକାନଗିରି ୧୬/୧ ମାଲକାନଗିରି ଜିଲ୍ଲା କାଲିମେଳା ର ଗ୍ରୀଡ ସବସେଷ୍ଟନ ଆଜି ଉଦଘାଟନ ହେଉଥିବା ବେଳେ ଗ୍ରୀଡ ସବସେଷ୍ଟନ ହୋଇଥିବା ଜଗାରେ କେତେକ ଲୋକଙ୍କ ଜଙ୍ଗଲ ଜମି ମାଲିକାନାରେ ଥିଲା ଏବଂ ଜମିର ସ୍ୱତ୍ୱ ମଧ୍ୟ ସେମାନେ ଭରିଥିବା କହିଛନ୍ତି । ବର୍ତ୍ତମାନ ସେହି ଜମିରେ ଗ୍ରୀଡ ସବଷ୍ଟେସନ ହେଇଥବା ରୁ ଏହି ଜାଗାରେ ଚାଷବାସ କରୁଥିବା ଲୋକଙ୍କୁ ବିଦ୍ୟୁତ ବିଭାଗର ବଡ଼ବାବୁ ମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଆପଣଙ୍କ ଜାଗା ନିଆଗଲେ ମଧ୍ୟ ଆପଣଙ୍କର ପରିବାର ର ଜଣେବ୍ୟକ୍ତି ଙ୍କୁ ଏହି ବିଦ୍ୟୁତ ବିଭାଗର ନୂତନ ଅଫିସ ରେ ନିଯୁକ୍ତି ଦିଆଯିବ। ଏହି ପ୍ରତିଶ୍ରୁତି ପରେ ଲୋକମାନେ ନିଜ ର ଜଙ୍ଗଲ ଜମି କୁ ଗ୍ରୀଡ ସବସେଷ୍ଟନ ପାଇଁ ଛାଡିଥିଲେ। ବର୍ତ୍ତମାନ ଜମି ହରାଇଥିବା ପରିବାର ପିଲା ମାନଙ୍କୁ ଚାକିରିନ ମିଳିବାରୁ କି ପ୍ରତିଶ୍ରୁତି ପୂରଣ ନ ହେବାରୁ ସେମାନେ ହତାଶ ହୋଇ ପଡିଛନ୍ତି।ଏଥିପାଇଁ ଆଗରେ ଆନ୍ଦୋଳନ ରେ ଯୋଗ ଦେଇଥିବା ଲୋକଙ୍କ ଠାରୁ ସରକାରୀ ବାବୁ ମାନେ ଦରଖାସ୍ତ ସହିତ କାଗଜପତ୍ର ମଧ୍ୟ ନେଇଥିଲେ। ହେଲେ ବର୍ତ୍ତମାନ ଆଜି ଗ୍ରିଡ ସବଷ୍ଟେସନ ର ଉତଘାଟନ ରେ ସେମାନଙ୍କୁ ଚାକିରି ନ ଦେଇ ଅଣଦେଖା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।ଏହା ନେଇ କାଲିମେଳା ଥାନା ରେ ମଧ୍ୟ ଏକ ଲିଖିତ ଦିଆଯାଇଥିବା ସୂଚନା ମିଳିଛି । ଦେଖିବାକୁ ବାକି ରହିଲା ଯେ ବିଦ୍ୟୁତ ବିଭାଗ ଅଧିକାରୀ ଏହାର କେତେ ଦୂର ସମାଧାନ କରୁଛନ୍ତି।

nis-ad
Leave A Reply

Your email address will not be published.