କନ୍ଧମାଳ ଦଳ, ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେବାକୁ ମହୀଶୂର ଅଭିମୁଖେ ଯାତ୍ରା…

ଫୁଲବାଣୀ :- ୧୪ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେବା ନିମନ୍ତେ କନ୍ଧମାଳ ଦଳ, ମହୀଶୂର (କର୍ଣ୍ଣାଟକ) ଅଭିମୁଖେ ଯାତ୍ରା ୧୫/୦୧/୨୦୨୩ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ସି ଆର ପି ଏଫ୍ ବାଲିଗୁଡାର ମିଳିତ ଆନୁକୁଲ୍ୟରେ ଫୁଲବାଣୀ ସହରର ସ୍ଥାନୀୟ ସାମ୍ବାଦିକ ଭବନ ଫୁଲବାଣୀଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନିତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅସିତ କୁମାର ନନ୍ଦ,ଏନ ୱାଇ କେର ମନୋଜ କୁମାର ପଟ୍ଟନାୟକ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଟି ୧୮ ଜାନୁୟାରୀ ୨୦୨୩ ରିଖ ଠାରୁ ୨୪ ଜାନୁୟାରୀ ୨ ୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେଥିପାଇଁ ତୁମୁଡ଼ିବନ୍ଧ ବ୍ଲକର ସେଶ୍ରାଗାଁ ଦଳ ଅମ୍ବୁଜ ପାଟମାଝୀଙ୍କ ନେତୃତ୍ୱରେ ଯାତ୍ରା କରୁଛନ୍ତି । ତା ସହ ଏସ୍କର୍ଟ ଭାବରେ ସି ଆର ପି ଏଫ୍ ବାଲିଗୁଡାର ଲିଲି ଭୋଇ ଯାଉଛନ୍ତି । ଏଥିପାଇଁ ବିଭିନ୍ନ ମହଲରୁ ଶେଶ୍ରାଗାଁ ଟିମକୁ ଶୁଭେଚ୍ଛା ଜଣାଉଛନ୍ତି । ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ମେଘା ରାଣୀ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.