ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ, ଠକେଇ ଫାସରେ ଗଣମାଧ୍ୟମ ପ୍ରତିନିଧି ସଞ୍ଜିତ୍ ବାରିକ ଗିରଫ୍…

କେନ୍ଦୁଝର : ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ, ତାଙ୍କଠାରୁ ୧୯ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡ଼ାର ଗଣମାଧ୍ୟମ ପ୍ରତିନିଧି ସଞ୍ଜିତ୍‌ ବାରିକଙ୍କୁ ଗିରଫ କଲା ଯୋଡ଼ା ଥାନା ପୋଲିସ । ଏହାପରେ ସଞ୍ଜିତଙ୍କୁ ୪୯୮ (କ), ୩୨୩, ୩୧୩,୫୦୬ ଓ ୩ SC ଧାରାରେ କୋର୍ଟ ଚାଲାଣ କରାଯାଇଛି । ସଞ୍ଜିତଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ, ତାଙ୍କୁ ସଞ୍ଜିତ ନିଜ ମା ଓ ଭଉଣୀଙ୍କ ସହ ମିଶି ନାନା ପ୍ରକାର ନିର୍ଯ୍ୟାତନା ଦେଉଥିଲେ । ବିଭିନ୍ନ ଆଳ ଦେଖାଇ ତାଙ୍କଠାରୁ ୧୯ ଲକ୍ଷ ଟଙ୍କା ଠକି ନେଇଥିଲେ । ଏପରିକି , ମାଡ଼ ମାରି ତାଙ୍କର ଗର୍ଭ ନଷ୍ଟ ମଧ୍ୟ କରିଥିଲେ । ସ୍ତ୍ରୀଙ୍କ ଗାଡ଼ିରେ GPS ଲଗାଇ ତାଙ୍କ ଉପରେ ସବୁବେଳେ ନଜର ରଖି ତାଙ୍କୁ ସବୁବେଳେ ଗାଳି ଗୁଲଜ କରିବା ସହ , ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ସଞ୍ଜିତ । ସେ ତାଙ୍କୁ ଛାଡପତ୍ର ଦେବାକୁ ବାଧ୍ୟ କରୁଥିଲେ । ନିର୍ଯ୍ୟାତନା ଅସହ୍ୟ ହେବା ପରେ ବାଧ୍ୟ ହୋଇ ସଞ୍ଜିତଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ସ୍ତ୍ରୀ । ଯାହାକୁ ନେଇ ସଞ୍ଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

nis-ad
Leave A Reply

Your email address will not be published.