ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ଚାଳନା ପ୍ରତିଯୋଗିତା କମିଟିର ବୈଠକର ବିବରଣୀ…

ମାଲକାନଗିରି (୦୪/୦୧) : ଆଜି ପୂର୍ବାହ୍ନରେ ସତିଗୁଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ପରିସରରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ଚାଳନା ପ୍ରତିଯୋଗିତା ଦାୟିତ୍ୱରେ ଥିବା କମିଟିର ଏକ ବୈଠକ ଉପନିର୍ଦ୍ଦେଶକ, ମତ୍ସ୍ୟ ବିଭାଗ, ନରସିଂହ ମୁଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ କମିଟିର ସଦସ୍ୟ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇ, ଅବସରପ୍ରାପ୍ତ ବନପାଳ, ଦୁର୍ଯ୍ୟୋଧନ ପାତ୍ର, ବନପାଳ ରମେଶ ଚନ୍ଦ୍ର ରାଉତ, ଦେବାଶୀଷ ପ୍ରଧାନ, ମତ୍ସ୍ୟଜୀବି ସମବାୟ ସମିତି ସଭାପତି କ୍ରିଷ୍ଣ ବିଶ୍ୱାସ, ସମ୍ପାଦକ ସମୀର କବାସୀଙ୍କ ସହ ବନ ବିଭାଗ ଓ ସମବାୟ ସମିତିର ସଦସ୍ୟ ମାନେ ଉପସ୍ଥିତ ରହି ଆସନ୍ତା ୧୩ ତାରିଖ ଦିନ ନୌକା ଚାଳନା ପ୍ରତିଯୋଗିତା ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜଳ ଭଠାର ମଧ୍ୟରେ ଥିବା ମତ୍ସ୍ୟ ବିଭାଗର ପଞ୍ଜୁରୀ ଠାରୁ ଡଙ୍ଗ । ଘାଟ ୩୦୦ ମିଟର ମଧ୍ୟରେ ଏହି ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୧୦ ଟି ଦଳ ଭାଗ ନେବେ ପ୍ରତି ଦଳରେ ଚାରିଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜଳଭଠାରରେ ୩୦୦ ମିଟର ସୀମା ଚିହ୍ନଟ ପାଇଁ ବନ ବିଭାଗ ଦ୍ୱାରା ଚିହ୍ନଟକାରୀଙ୍କୁ ରଶି, ବେଲୁନ୍‍, ସୋଲ, ଯୋଗାଇଦେବେ । ମତ୍ସ୍ୟ ବିଭାଗ ୪୦ ଜଣ ପ୍ରତିଯୋଗୀ ମାନଙ୍କ ସହ ପଦାଧିକାରୀ ଓ ଅତିଥିମାନଙ୍କ ନିମନ୍ତେ ପାନୀୟ ଜଳ ଓ ଜଳଖିଆର ବ୍ୟବସ୍ଥା କରିବେ । ବନ ବିଭାଗର ଦୁଇଟି ମୋଟର ବୋଟ ଏବଂ ଅଗ୍ନିଶମ ବିଭାଗର ଗୋଟିଏ ମୋଟର ବୋଟ ଏହି କାର୍ଯ୍ୟରେ ନିୟୋଜିତ ରହିବ । ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଚୟନ ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ଚାରଟି ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦାୟିତ୍ୱରେ ରହିବେ । ବନ ବିଭାଗ ୧୦ଟି, ମତ୍ସ୍ୟ ବିଭାଗ ୨୦ଟି ଓ ଅଗ୍ନିଶମ ବିଭାଗ ୧୦ଟି ଲାଇପ୍‍ ଜାକେଟ୍‍ ଯୋଗାଇଦେବେ । ମାଲ୍ୟବନ୍ତ ମହୋତ୍ସବ ପରିଚାଳନା କମିଟି ତରଫରୁ ପ୍ରତି ପ୍ରତିଯୋଗୀଙ୍କୁ ମାଲ୍ୟବନ୍ତ ଲୋଗୋ ଥିବା ଗଞ୍ଜି ଏବଂ ଟୋପି ଯୋଗାଇଦେବା ପାଇଁ ବୈଠକରେ ଅନୁରୋଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବିଭାଗ ତରଫରୁ ଜରୁରୀ ଚିକିତ୍ସା ପାଇଁ ଡାକ୍ତର ଏବଂ ଆମ୍ୱୁଲାନ୍‍ସ୍‍ ଦଳ ଉପସ୍ଥିତ ରହିବେ । ଏ ସମ୍ୱନ୍ଧରେ ମହୋତ୍ସବ କମିଟି ତରଫରୁ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗକୁ ୧୩ ତାରିଖ ପୂର୍ବରୁ ସୁଚନା ପ୍ରଦାନ କରିବେ । ଦିନକ ପୂର୍ବରୁ ଡାକବାଜୀ ଯନ୍ତ୍ର ଦ୍ୱାରା ମାଲକାନଗିରି ସହର ସହ ସତୀଗୁଡା ଜଳଭଠାର ଚତୁଃପାର୍ଶ୍ୱ ଗ୍ରାମ ଗୁଡିକରେ ନୌକା ଚାଳନା ପ୍ରତିଯୋଗିତା ସମ୍ୱନ୍ଧରେ ସୁଚନା ପ୍ରଦାନ କରାଯିବ । ୧୩ ତାରିଖ ଦିନ ଦିବା ୨ ଘଟିକା ସମୟରେ ପ୍ରତିଯୋଗିତା ଆରମ୍ଭ ହେବ । ଏଥିପୂର୍ବରୁ ମତ୍ସ୍ୟ ବିଭାଗ ସମସ୍ତ ପ୍ରତିଯୋଗୀ ଦଳ ମାନଙ୍କୁ ମଧ୍ୟାହ୍ନ ୧ ଘଟିକା ମଧ୍ୟରେ ପ୍ରତିଯୋଗିତା ପ୍ରାରମ୍ଭ ସ୍ଥଳରେ ମହଜୁଦ ରହିବେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦଳମାନେ ମତ୍ସ୍ୟ ବିଭାଗ ନିକଟରେ ଦଳର ନାମର ଓ ପ୍ରତିଯୋଗିତାଙ୍କ ନାମ ପଞ୍ଜିକରଣ କରିବେ । ପ୍ରତିଥର ପରି ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୫ ହଜାର, ଦ୍ୱିତୀୟ ସ୍ଥାନ ୩ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୨ ହଜାର ଟଙ୍କ । ମାଲ୍ୟବନ୍ତ ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ । ମାଲ୍ୟବନ୍ତ ମହୋତ୍ସବ ପରିଚାଳନା କମିଟି ମୁଖ୍ୟ ଆଜିର ବୈଠକର ସବିଶେଷ ତଥ୍ୟକୁ ଗୁରୁତ୍ୱ ଦେଇ କାର୍ଯ୍ୟପନ୍ଥାକୁ ନିର୍ଦ୍ଧାରିତ କରିବା ପାଇଁ ଅନୁରୋଧ କରାଗଲା ।

nis-ad
Leave A Reply

Your email address will not be published.