ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପାଳିତ…

ନବରଙ୍ଗପୁର : ଏକଜୁଟ ହୋଇ କାମ କରି ଜିଲ୍ଲା ରେ ବିଜେଡି କୁ ଅଧିକରୁ ଅଧିକ ଶକ୍ତିଶାଳୀ କରି ସଫଳତା କୁ ଦୋହରରିବା ପାଇଁ ଜିଲ୍ଲା ସ୍ତରୀୟ ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ସମାରୋହ ରେ ଆହ୍ୱାନ ଦେଲେ ଜିଲ୍ଲା ବିଜେଡି ନେତା । ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ରାଜ୍ୟର ସମସ୍ତ ୧୪୭ ଗୋଟେ ନିର୍ବାଚନ ମଣ୍ଡଳୀରେ ପାଳନ କରାଯାଉଛି। ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ପରେ ଡିସେମ୍ବର ୨୬ ତାରିଖ ଠାରୁ ଜାନୁୟାରୀ ମାସ ୧୬ ତାରିଖ ପର୍ଯ୍ୟନ୍ତ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ। ଏହି ଅବସରରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରତିଷ୍ଠା ଦିବସ ସହରରେ ଥିବା ଶ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ଅବସର ରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଷାଗୁମୁଡ଼ା, ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଲିଖୁଣ୍ଟି ବ୍ଲକ ର ଦଳୀୟ କର୍ମକର୍ତ୍ତା ଯୋଗ ଦେଇଛନ୍ତି। ପ୍ରତିଷ୍ଠା ଦିବସ ଅବସରରେ କର୍ମୀ ମାନଙ୍କୁ ଦଳର ଆଭିମୂଖ୍ୟ ଲୋକ ମାନଙ୍କ ନିକଟରେ ରାଜ୍ୟ ସରକାର ଙ୍କ ଜନ କଲ୍ୟାଣ ଯୋଜନା ପହଞ୍ଚାଇବା ସହ ରାଜ୍ୟର ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ଏଣୁ ଲୋକଙ୍କ ପ୍ରିୟ ଭାଜନ ହେବା ନିମନ୍ତେ ଲୋକଙ୍କ ନିକଟତର ହେବା ସହ ଦଳ ର ସଂଗଠନ ଦୃଢ଼ କରିବା ଉପରେ ସମସ୍ତ କର୍ମକର୍ତ୍ତା ଙ୍କୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ଵର ପାଣିଗ୍ରାହି, ସହ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର ଯୋଗ ଦେଇଥିଲେ। ବିଜେଡିର ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବ ମୂର୍ତି ସହ ଜନ କଲ୍ୟାଣକାରୀ କାମ ଯୋଗୁଁ ୨୫ ବର୍ଷ ଧରି ନିରଙ୍କୁଶ ସଫଳତା ହାସଲ କରିଥିବା ବେଳେ ସେହି କାମ କୁ ଅବ୍ୟାହତ ରଖି ଦଳ କୁ ଆଗାମୀ ଶହେ ବର୍ଷ ଯାଏଁ କ୍ଷମତା ରେ ରଖିବା ପାଇଁ ନେତା କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

nis-ad
Leave A Reply

Your email address will not be published.