ଦେଶୀ ବନ୍ଧୁକ ସହ ଗଂଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ପୋଲିସ ଟିମ କାଶୀନପଦର ପଂଚାୟତ ର ଗୋପୀଙ୍ଗିଆ ଗ୍ରାମର ପ୍ରତାପ କହଁର ଘର ଉପରେ ଚଢ଼ାଉ କରି ଗୋଟିଏ ଦେଶୀ ବନ୍ଧୁକ ସହ ୩ କେଜି ୫ ସହ ଗ୍ରାମ ଗଂଜେଇ ଜବତ କରିଥିଲେ l ତେବେ ଅଭିଯୁକ୍ତ ପ୍ରତାପ ପୋଲିସ ଆଖିରେ ଧୂଳି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲl । ଏନେଇ ଫିରିଙ୍ଗିଆ ପୋଲିସ ୧୮୫ /୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିବା ଥାନା ଅଧିକାରୀ ତପନ କୁମାର ନାହାକ କହିଛନ୍ତି ।

nis-ad
Leave A Reply

Your email address will not be published.