ଅବକାରୀ ଓ ପୋଲିସର ମିଳିତ ଚଢାଉ, ମହୁଲ ଓ ଦେଶୀ ମଦ ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ସଲଙ୍ଗାବାହାଲ ଗ୍ରାମରୁ ଆଜି ମୋଟ ଚାରି ଜଣଙ୍କୁ ଗିରଫ କରାଯାଇଛି | ରାଏବଗା ପୋଲିସ ପକ୍ଷରୁ ଦୁଇଜଣ ଓ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦୁଇ ଜଣଙ୍କ ନାମରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି | ଅବକାରୀ ବିଭାଗ ପକ୍ଷରୁ PR no ୧୩୮/୨୪-୨୫ ଦ୍ୟୁତବାହାନ ସାହୁ ୧୬ ଲିଟର, PR no ୧୩୯/୨୪-୨୫ ସଞ୍ଜୟ ମୁଣ୍ଡା ଠାରୁ ୧୮ ଲିଟର ହାତ ରନ୍ଧା ମହୁଲି ଜବତ କରାଯାଇଥିଲା | ଆହୁରି ମଧ୍ୟ ଅବକାରୀ ବିଭାଗ ରାଉଲକେଲା ପକ୍ଷରୁ ମଦ ରନ୍ଧା ଆଜି ଚଢାଉ କରି ସମୁଦାୟ ୧୨,୬୦୦ କେଜି ମହୁଲ ପୋଚ ୩୧୨ ଲିଟର ନଷ୍ଟ କରାଯାଇଥିବା ସୂଚନାରୁ ପ୍ରକାଶ | ଏହି ଚଢ଼ାଉରେ ରାଉଲକେଲା ଅବକାରୀ ବିଭାଗରୁ ଇନସ୍ପେକ୍ଟର ସହଦେବ ମୋହନ ପ୍ରଧାନ, ମୋବାଇଲ୍ ଇନସ୍ପେକ୍ଟର ଦିଲୀପ କୁମାର ନାଏକ, OIC ବୀରମିତ୍ରପୁର ଏସ କେ ଇଦ୍ରିଶ ହୁସେନ, ରାଉଲକେଲା- ୨ OIC ମନ୍ନୁ ପାୟାଳ, ରାଉରକେଲା- ୧ OIC ଅକସା ସାହୁ, ଏସ ଆଇ ଅଯୟ ପ୍ରଧାନ, ରାଏବଗା ପୋଲିସ ଏ ଏସ ଆଇ ଶଶିଭୂଷଣ ମାହାତୋ ଓ ସହକର୍ମୀ ଏହି ମିଶନରେ ଚଢ଼ାଉ କରିଥିଲେ |

nis-ad
Leave A Reply

Your email address will not be published.