ଗଞ୍ଜାମ ଜିଲ୍ଲା ଅପରାଧୀ ଙ୍କ ଚରା ଭୂଇଁ :ହତ୍ୟାକାଣ୍ଡର ଏକ ମାତ୍ର ବିକଳ୍ପ ପୂର୍ଵ ଶତ୍ରୁତା ବୋଲି ସଫେଇ ଦେଉଛି ପୋଲିସ…!

ନ୍ୟାୟ ଅପେକ୍ଷା ରେ ସିମାଞ୍ଚଳ ର ପରିବାର…


ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ଅପରାଧୀ ଙ୍କ ଚରା ଭୂଇଁ ପାଲଟିଛି କହିଲେ କିଛି ବି ଭୁଲ ହେବ ନାହିଁ l ବର୍ତ୍ତମାନ ସମଗ୍ର ଜିଲ୍ଲାର ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ଦେଖିବାକୁ ମିଳୁଛି। ଅପରାଧ ତତ୍ତ୍ୱ ମାନଙ୍କ ସହ ବାବୁ ମାନଙ୍କ ପୂର୍ଵ ସରକାରଙ୍କ ସମୟରେ ଥିବା ସମ୍ପର୍କ ଯୋଗୁଁ ଏହିପରି ଘଟଣା ଘଟୁଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ଆଜି ଜିଲ୍ଲାର ବିଭିନ୍ନ ଥାନା ଇଲାକା ରେ ଅପରାଧ ତତ୍ତ୍ୱ ମାନଙ୍କ ରାଜୁତି ଚାଲିଛି ବୋଲି ଚର୍ଚ୍ଚା ।ସୂଚନା ଥାଉକି ପୁରୁଷୋତ୍ତମପୁର , ଆସିକା,ଶେରଗଡ଼,ଧରକୋଟ, ହିଞ୍ଜିଳି, ପାଟପୁର, କବିସୂର୍ଯ୍ୟ ନଗର, ଖଲ୍ଲିକୋଟ ଆଦି ଅଞ୍ଚଳ ରେ ଚୋରା ବାଲି ସାଙ୍ଗକୁ ଜୁଆ ଆଡ୍ଡା ଚାଲୁଛି ତଥାପି ପ୍ରଶାସନ ସବୁ ଜାଣି ଚୁପ ବସିଛି । ଏହାକୁ ନେଇ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହେଉଛି। ଶତ ପ୍ରତିଶତ ଖବର ଆମର ସତ ହୋଇଛି।ହେଲେ କିଛି ପୋଲିସ ବାବୁ ମାନଙ୍କ ଯୋଗୁଁ ଜିଲା ପୋଲିସ ମୁଖିଆ ଆକ୍ରସର ଶିକାର ହେଉଥିବା ଚର୍ଚ୍ଚା ହେଲାଣି। ଏଠାରେ ସୂଚନା ଥାଉକି ଆସିକା ଥାନା ଇଲାକାର ଗତ ଦିନେ ମାଗୁରା ପଲ୍ଲୀ ଗ୍ରାମର ସୀମାଞ୍ଚଳ ବେହେରା ଙ୍କ ବନ୍ଦ କୋଠରୀର ତାଲା ଭଙ୍ଗିବା ସହ ଗୃହର ଆସାବ ପତ୍ର ପୋଲିସ ବାବୁ ଭାଙ୍ଗିଦେଇଥିଲେ।ଏନେଇ ସୀମାଞ୍ଚଳଙ୍କ ସ୍ତ୍ରୀ ଆସିକା ଥାନା ରେ ଅଭିଯୋଗ କରିବା ସହ ସ୍ୱପ୍ନା ଗର୍ଭବତୀ ଥିବା ଯୋଗୁଁ ତାଙ୍କ ପିତା ଗଞ୍ଜାମ ଏ.ସପି ଙ୍କ ପାଖରେ ଗୁହାରି ଜଣାଇଥିଲେ। ଏ.ସପି ମହାଶୟ ଘଟଣା ସମ୍ପର୍କରେ ଦୁଃଖ ପ୍ରକାଶ କରି ଏକ ସପ୍ତାହ ମଧ୍ୟରେ କ୍ଷତି ପୁରାଣ ଦିଆ ଯିବାର ପ୍ରିତିସୃତି ଦେଇ ସ୍ୱପ୍ନାଙ୍କ ପିତାଙ୍କୁ ବିଦା କରିଥିଲେ। ଘଟଣା ଟି ଚଳିତ ମାସ ଏକ ତାରିଖ ଦିନ ଆସିକା ଥାନାର ଦବଙ୍ଗ ବାବୁ ଭିଆଇ ଥିଲେ। ଆଜି ଘଟଣା ଘଟିବାର ୨୫ ଦିନ ବିତି ଯାଇଛି। ଏ.ସପି ସାହେବଙ୍କ ପ୍ରତିସୃତି ବି ଫେଲ ମାରିଛି। ଗ୍ରାମର ସରପଞ୍ଚ ବାବୁ ମୋ ଭଙ୍ଗା ଯାଇଥିବା ଗୃହରେ ତାଲା ଟିଏ ପକେଇ ଯାଇଛନ୍ତି।ମୋର କ୍ଷତି ହୋଇଥିବା ସାମଗ୍ରୀ ମିଳିନି ମୋତେ ନ୍ୟାୟ ବି ମିଳିନି ବୋଲି ଆଖି ଛଳ ଛଳକରି ବାଷ୍ପ ରୁଦ୍ଧ କଣ୍ଠରେ ସ୍ୱପ୍ନା କହିଛନ୍ତି। ଘଟଣା ଅତି ସଂଗୀନ ଥିବା ବେଳେ ଉକ୍ତ ପୋଲିସ ଅଫିସର ଙ୍କ ବିରୋଧ ରେ କୌଣସି ତଦନ୍ତ ବି କରାଗଲା ନାହିଁ ଯାହା ଅତି ଦୁର୍ଭାଗ୍ୟ l ଗଞ୍ଜାମ ଜିଲ୍ଲାରେ ଏବେ ଏଭଳି ନ୍ୟାୟ ଲୋକଙ୍କୁ ମିଳୁଛି ବୋଲି ସାଧାରଣ ରେ ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ହେଲା ଯେତେ ସବୁ ମୁଣ୍ଡ ଗଡ଼ିଛି କଣ ସତରେ ସବୁରି ପଛରେ ପୂର୍ଵ ଶତ୍ରୁତା କି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଲାଣି। ଗତ ଗୁରୁବାର ଦିନ ମଧ୍ୟ ରାତ୍ରରେ ଶେରଗଡ଼ ଥାନା ଅନ୍ତର୍ଗତ ବାଦ ଗଡ଼ ନିକଟରେ ପୋଲିସ ର ମୋଷ୍ଟ ୱାଣ୍ଟେଡ଼ ଆସିକା କଲେଜ ଛକର ଅନନ୍ତ ପଟ୍ଟନାୟକ କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା। ଏହା ପଛରେ ବି ପୂର୍ଵ ଶତ୍ରୁତା କିନ୍ତୁ ପୂର୍ଵ ଶତ୍ରୁତା ର କାରଣ ଲୋକ ଲୋଚନକୁ ଆଜି ପର୍ଯ୍ୟନ୍ତ ଆସିନି। ଗଞ୍ଜାମ ଜିଲ୍ଲାରେ କିଛି ଦିନ ହେଲା ଜୁଆ ଆଡ୍ଡା ବାଲି ବ୍ୟବସାୟ କୁ ନେଇ ଅପରାଧତତ୍ତ୍ୱ ମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ଓ ଏମାନଙ୍କ ପଛରେ ରାଜନେତା ମାନଙ୍କ ପ୍ରଚ୍ଛଦ ହାତ ଥିବା ମଧ୍ୟ ଚର୍ଚ୍ଚା ହେଉଛି।ଯାହା ଫଳରେ ପୋଲିସ ଅସଲ ଘଟଣା ପର୍ଦାଫାଶ କରିବାରେ ଦ୍ଵନ୍ଦ ଦେଖା ଦେଉଥିବା ଆଲୋଚନା ହେଉଛି। ଘରୋଇ ବିଭାଗ ଆକ୍ଟିଭମୁଡରେ ନଆସିଲେ ଗଞ୍ଜାମ ଜିଲ୍ଲାରେ ଆଗକୁ ବହୁ ମୂଲ୍ୟ ଦେବା ସହ ମୁଣ୍ଡ ଗଡ଼ିବା ଜାରି ରହିବ ବୋଲି ଚା ଘଟିରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.