ପାର୍ବଣରେ ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ମାର୍ଗଦର୍ଶିକା ଜାରି

ବ୍ରହ୍ମପୁର : ପାର୍ବଣ ୠତୁ ଆରମ୍ଭ ହେବା ସହ ବିଭିନ୍ନ ପୂଜାସ୍ଥଳରେ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବିଦ୍ୟୁତ ସୁରକ୍ଷାକୁ ଧ୍ୟାନରେ ରଖି ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍। ବିଶେଷ କରି ପୂଜା ମଣ୍ଡପ ଭଳି ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଥିବା ସ୍ଥାନରେ ଲୋକଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ନିୟମାବଳୀ ମାର୍ଗଦର୍ଶିକା ଜାରି କରାଯାଇଛି। ଯାହାଦ୍ୱାରା ବିନା କୌଣସି ବାଧକରେ ଉତ୍ସବ ପାଳନ ହୋଇପାରିବ।

ପୂଜା ଆୟୋଜକଙ୍କୁ ଟିପିଏସ୍ଓଡିଏଲ୍ ପକ୍ଷରୁ ଅସ୍ଥାୟୀ ବିଜୁଳି ସଂଯୋଗ ଦିଆଯାଉଛି। ଅସ୍ଥାୟୀ ସଂଯୋଗ ପାଇଁ ଆବେଦନକାରୀ ଟିପିଏସ୍ଓଡିଏଲର ସେକ୍ସନ, ସବ ଡିଭିଜନ ଏବଂ ଡିଭିଜନ ଅଫିସ ଯାଇ ଆବେଦନ କରିପାରିବେ, କିମ୍ବା ଟିପିଏସ୍ଓଡିଏଲର ୱେବସାଇଟ ପୋର୍ଟାଲରେ ମଧ୍ୟ ଅନଲାଇନ ଆବେଦନ କରିପାରିବେ। ଦକ୍ଷ ଓ ଅଭିଜ୍ଞ ଇଲେକ୍ଟ୍ରିସିଆନଙ୍କ ମାଧ୍ୟମରେ ଆଲୋକ ସାଜସଜ୍ଜା ଏବଂ ଡେକୋରେସନ୍ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ନିମ୍ନଲିଖିତ ସୁରକ୍ଷା ନିୟମାବଳୀ ଉପରେ ଗୁରୁତ୍ବ ଦିଆଯାଇଛି:

— ଢିଲା ସଂଯୋଗର ମରାମତି କରନ୍ତୁ ଏବଂ ନଷ୍ଟ ହୋଇଯାଇଥିବା ତାର ବଦଳରେ ନୂଆ ତାର ଲଗାନ୍ତୁ।
— ଓଭରଲୋଡ଼ିଂ ବୈଦ୍ୟୁତିକ ସକେଟଠାରୁ ଦୂରେଇ ରୁହନ୍ତୁ।
— ଓଭରହେଡ୍ ବିଦ୍ୟୁତ ତାର ପ୍ରତି ସତର୍କ ରୁହନ୍ତୁ ଏବଂ ଏହା ନିକଟରେ ଆଲୋକ ସାଜସଜ୍ଜା କରନ୍ତୁ ନାହିଁ।
— ବିଦ୍ୟୁତ ପ୍ୟାନେଲ ଏବଂ ଡେଲିଭରି ବକ୍ସ ନିବୁଜ ତଥା ସୁରକ୍ଷିତ ରହିବା ସୁନିଶ୍ଚିତ କରନ୍ତୁ।
— ସମସ୍ତ ବିଦ୍ୟୁତ ସଂଯୋଗରେ ଆର୍ଥିଂ ବ୍ୟବସ୍ଥା ଅଛି କି ନାହିଁ, ତାହା ଯାଞ୍ଚ କରନ୍ତୁ।
— ଭସାଣି ଉତ୍ସବ ବେଳେ ବିଦ୍ୟୁତ ଖୁଣ୍ଟ, ତାର ଏବଂ ଟ୍ରାନ୍ସଫର୍ମରଠାରୁ ସୁରକ୍ଷିତ ବ୍ୟବଧାନ ଅବଲମ୍ବନ କରନ୍ତୁ।

କୌଣସି ବୈଦ୍ୟୁତିକ ତ୍ରୁଟି କିମ୍ବା ସମ୍ଭାବ୍ୟ ବିପଦ ନଜରକୁ ଆସିଲେ, ନିକଟସ୍ଥ ଟିପିଏସ୍ଓଡିଏଲ୍ ଫ୍ୟୁଜ କଲ୍ ସେଣ୍ଟର ସହ ତୁରନ୍ତ ଯୋଗାଯୋଗ କରନ୍ତୁ କିମ୍ବା ଟିପିଏସ୍ଓଡିଏଲ୍ ଗ୍ରାହକ ସେବା ଟୋଲ୍ ଫ୍ରି ନମ୍ବର: ୧୯୧୨ କିମ୍ବା ୧୮୦୦-୩୪୫୬-୭୯୭ ରେ କଲ୍ କରନ୍ତୁ।

nis-ad
Leave A Reply

Your email address will not be published.