ଜ଼ିଲ୍ଲା ଭିତ୍ତିକ ନିଯୁକ୍ତିର ମହାପ୍ରଭାବ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାରେ ଦିନକୁ ଦିନ ଜୋର ଧରିଛି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବନ୍ଦ ଡାକରା । ଏହି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବିର ପ୍ରଭାବରେ ଦୈନନ୍ଦିନ ଖଟିଖିଆ ଜଣ ସାଧାରଣ ଉପରେ ଏହାର ପ୍ରଭାବ ପଡ଼ିବା ପରିଲୋକ୍ଷିତ। ଆଜି ଛତିଶଗଡ ସୀମାନ୍ତବର୍ତ୍ତୀ ରାଇଘର ଉପ ଖଣ୍ଡ ସହିତ ଉମରକୋଟ ସବଡ଼ିଭିସନରେ ମଧ୍ୟ ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ସକାଳ ୬ ଘଣ୍ଟା ରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ବନ୍ଦର ମହାପ୍ରଭାବ ଦେଖିବାକୁ ମିଳିଲା। ରାଇଘର ବ୍ଲକର ବେକାର ଯୁବକ ଯୁବତୀ ମାନେ ଜାତି ବର୍ଣ୍ଣ ନିବିଶେଷରେ ସମସ୍ତେ ଏକତ୍ରିତ ହେଇ ରାଇଘର ହନୁମାନ ମନ୍ଦିର ପାଖରେ ମୁଖ୍ୟ ରାଜ୍ୟ ୪୦ ନଂ ରାଜପଥର ଛୋଟ ବଡ଼ ଗାଡ଼ି ମଟରଜାନ ଅବରୋଧ, ସ୍କୁଲ, କଲେଜ ଓ ଦୋକାନ ବଜାର ସବୁ ବନ୍ଦ କରି ଧାରନାରେ ବସି, ଆମର ଜ଼ିଲ୍ଲା ଆମର ପାଣି, ଚାକରି କରିବ ବାହାରୁରୁ ଆଣି ? ଆମର ଅଧିକାର ଆମକୁ ଦିଅ, ନବରଙ୍ଗପୁର ଜ଼ିଲ୍ଲାକୁ ଅଣଦେଖା ଚଳିବ ନାହିଁ, ରାଜ୍ୟ ଭିତ୍ତିକ ଚୟନ କ୍ରିୟା ବନ୍ଦ କର, ଯଦି ଚାଲିବ ନିଆଁ ଜଳିବ ଏହି ପରି ବିଭିନ୍ନ ସ୍ଲୋଗାନ ରତ ଦେଖିବାକୁ ମିଳିଲା । ତତ୍‌ ସହିତ ପେଶା ଆଇନ ଲାଗୁ କରିବାକୁ ବନ୍ଦ ପାଳନ କରୁଥିବା ସମସ୍ତେ କହୁଥିଲେ। ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ତଥା ଆଡ଼ଭୋକେଟ ଶ୍ରୀ ଜତୀନ୍ଦ୍ର ନାଥ ଗଣ୍ଡ, ଆଡ଼ଭୋକେଟ ଶ୍ରୀ ପରିମଳ ମଣ୍ଡଳ ସହିତ ରାଇଘର ବ୍ଲକର ବିଭିନ୍ନ ଗ୍ରାମରୁ ଆସୁଥିବା ବେକାର ଶିକ୍ଷିତ ଯୁବକ, ଯୁବତୀ ମାନେ ଏକତ୍ରିତ ହୋଇ ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଅଖ ଚଖ ବନ୍ଦ କରି ପ୍ରତିବାଦ ରତ ରାଇଘର ସଦର ମୁଖ୍ୟ ରାସ୍ତା ଉପରେ ବସିଥିଲେ। ଆଗାମୀ ଦିନରେ ସରକାର ଯଦି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ନ ଦିୟନ୍ତି ତାହା ହେଲେ ଶିକ୍ଷିତ ବେକାର ଯୁବକ / ଯୁବତୀ ରାଜ ରାସ୍ତାରେ ଉଲ୍ଲେଇବା ସହ ତୀବ୍ରରୁ ତୀବ୍ର ପ୍ରତିବାଦ କରିବ କହି ଚେତାବନି ଦେଇଛନ୍ତି।ଏବେ ଦେଖିବାକୁ ବାକି ରହିଲା ଏହି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି।

nis-ad
Leave A Reply

Your email address will not be published.