ମା ବଗଳାମୁଖୀଙ୍କ ପୀଠରେ ନବରାତ୍ର ପୂଜା

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ଲୋକନାଥ ପୁର ଶାସନ ଭଳାସୀଙ୍ଗି ରୋଡ ଠାରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଦଶ ମହାବିଦ୍ୟା ମଧ୍ୟରୁ ପରମ ଆରାଧ୍ୟା ଦେବୀ ମାଁ ବଗଳାମୁଖିଙ୍କ ଶକ୍ତିପୀଠ ଅନ୍ୟତମ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପୀଠରେ ଶରତ କାଳୀନ ନବରାତ୍ରମହପୂଜା ଅନୁଷ୍ଠୀତ ହେବ। ୩-୧୦-୨୦୨୪(ଗୁରୁବାର) ପ୍ରତିପଦା କଳ୍ପାରମ୍ଭ । ଏହିଦିନ ସହ ସହ ଭକ୍ତ ନିଜ ନିଜର ମନସ୍କାମନା ନେଇ ଅଖଣ୍ଡ ଦୀପ ନଅ ଦିନ ପାଇଁ ସ୍ଥାପନା କରିବେ। ପ୍ରଥମ ଦିବସ ଠାରୁ ନବ ଦିନ ପର୍ଯ୍ୟନ୍ତ ପ୍ରାତଃ ୭.୩୦ ମିନିଟ୍ ଠାରୁ ସୂର୍ଯ୍ୟପୂଜା, ମାଙ୍କର ପାର୍ଶ୍ଵ ବିଗ୍ରହ ଦ୍ଵାରା ବିଗ୍ରହ ପୂଜା ସହିତ ମା ଙ୍କ ବିଗ୍ରହକୁ କ୍ଷୀର, ଦହି, ମହୁ, ଘିଅ, ନବାତ, ପଞ୍ଚାମୃତ, ତୈଳ, ହଳଦୀ, ଚନ୍ଦନ, କୁଙ୍କୁମୁ ,ଭସ୍ମ, ପଇଡ଼ ଜଳ, ଗଙ୍ଗାଜଳ ସହଶ୍ର ଧାରା କଳସରେ ଔଷଧି ସୁଗନ୍ଧିତ ଜଳରେ ମା ଙ୍କର ମହା ସ୍ନାନ କରାଯାଇ ନୂତନ ପାଟବସ୍ତ୍ର ପରିଧାନ କରି ମା ଙ୍କ ଚତୁଷଷ୍ଠି ଉପଚାର ମହାପୂଜା ସହିତ ବଗଳା ମୁଖିଙ୍କ ଭୈରବ ମହାମୃତ୍ୟୁଞ୍ଜୟ ଙ୍କ ସଢ଼ୋଷ ଉପଚାର ପୂଜା ଏବଂ ଶୁକ୍ଳ ଜଦୂର୍ବେଦୀୟ ରୁଦ୍ରଷ୍ଠାଧାଇରେ ଅଭିଷେକ , ବିପ୍ଳପତ୍ରଚନ ,ଚରୁ ,ତିଳ ,ସକଲ୍ୟ ,ସମିଧ ଦ୍ଵାରା ବଗଳା ଙ୍କୁ ପ୍ରତିଦିନ ୧୦୦୮ ହବନ ତତ୍ ପରେ ଅବାହିତ ଦେବତା ମାନଙ୍କୁ ହବନ କରାଯାଇ ୧୦୮ ଆଳତି ଏବଂ ମନ୍ତ୍ର ପୁଷ୍ପାଞ୍ଜଳି କରାଯାଉଅଛି। ଏଣୁ ସମସ୍ତ ଭକ୍ତ ବୃନ୍ଦଙ୍କୁ ପୀଠ ତରଫରୁ ସାଦର ନିମନ୍ତ୍ରଣ କରାଯାଉଅଛି ।ବହୁ ସଂଖ୍ୟାରେ ଯୋଗଦାନ କରି କୃପାଣୀବାଦ ଲାଭ କରନ୍ତୁ।

nis-ad
Leave A Reply

Your email address will not be published.