ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ମିଳିତ କ୍ରିୟାନୁଷ୍ଠିକ କମିଟି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ମିଳିତ କ୍ରିୟାନୁଷ୍ଠିକ କମିଟି । ଏହାର ସମର୍ଥନରେ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ, ବଙ୍ଗାଳୀ ସମାଜ , ଅନୁସୂଚିତ ଜାତି, ଜନଜାତି ସଂଘ ଓ ସମେତ ବିଭିନ୍ନ ରାଜନୈତିକ ଦଳ। ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ଯାନ ବାହାନ ଚଳାଚଳ ସଂପୂର୍ଣ ଭାବେ ବନ୍ଦ ରହିଥିବାବେଳେ ଦୋକାନ ବଜାର ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ଆନ୍ଦୋଲୋନ କାରି ମାନେ ବିଭିନ୍ନ ଛକରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବେଳେ ଏହି ବିବାଦ ଆରମ୍ଭ ହୋଇଥୁଲା । ସ୍ଥାନୀୟ ବୁଟିଗୁଡ଼ା ବିଦ୍ୟାଳୟ ଠାରେ ଶିକ୍ଷକ ନିଯୁକ୍ତିର ଚୁକ୍ତିନାମା ସାକ୍ଷର ବେଳେ ଏହାକୁ ବିରୋଧ କରି ନୂଆ ନିଯୁକ୍ତି ପାଇଥିବା ବାହାର ଜିଲ୍ଲାର ଯୁବକଯୁବତୀ ମାନଙ୍କୁ ବିରୋଧ କରିବା ସହ ଗେଟ ଭିତରକୁ ପଶେଇ ଦେଇନଥିଲେ ମାଲକାନଗିରି ଜିଲ୍ଲା ମିଳିତ କ୍ରିୟାନୁଷ୍ଠିକ ଲୋକେ। ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ବର୍ଷ ବର୍ଷ ଧରି ଦାବି ହୋଇଥିଲେ ମଧ୍ୟ ସରକାର ଧ୍ଯାନ ଦେଉନଥିବା ମାଲକାନଗିରି ବାସୀ ଅଭିଯୋଗ କରିଛନ୍ତି । ସରକାର ଜିଲ୍ଲା ଭିତ୍ତିକ ନିଯୁକ୍ତି ନଦେବାରୁ ବାହାର ଜିଲ୍ଲାରୁ ପିଲାଏ ଏଠାରେ ଶିକ୍ଷକତା କରିବା ପରେ ନିଯୁକ୍ତି ପାଇବାର କିଛି ବର୍ଷ ରହିବା ପରେ ସେମାନେ ଏଠାରୁ ଟ୍ରାନ୍ସଫର ହୋଇ ନିଜ ଜିଲ୍ଲାକୁ ଚାଲିଯାଇଥିବା ଅଭିଯୋଗ ହୋଇଛି ।

ଚାକିରି ନପାଇ ମାଲକାନଗିରି ଜିଲ୍ଲା ପିଲା ପଡ଼ୋଶୀ ରାଜ୍ୟକୁ ଦାଦମ ଖଟିବାକୁ ଯାଉଛନ୍ତି। ଜିଲ୍ଲାରେ ଗୃପ ସି ଏବଂ ଗୃପ ଡି ଓ ଜିଲ୍ଲା ଭିତ୍ତିକ ଭିକ ନିଯୁକ୍ତି ପାଇଁ ଦାବି ହେଉ ବୋଲି କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ପ୍ରଭାକର ହନ୍ତାଳ ମତରଖିଛନ୍ତି। ଆଜିର ଏହି ବନ୍ଦ ଡ଼ାକରାକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଥିବାର ଦେଖିବାକୁ ମିଳିଛି। ଆଜିର ବନ୍ଦ ଅବସରରେ ଆଦିବାସୀ ସଂଘ ସଭାପତି ଜାରାଶବର ମାଢ଼ି, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ଉପଦେଷ୍ଟା ପ୍ରଭାକର ହନାଳ, ଉପଦେଷ୍ଟା ଘନଶ୍ୟାମ ମାଡକାମି, ଉପସଭାପତି ଘେନୁ ମୁଦୁଲି,ସଂଯୋଜକ ଡମ୍ବୁରୁ ଭାଘ, ମୁକା ମାଢ଼ି, ସନାତନ କାବାସି ସହ ଅନ୍ୟନ୍ୟ କର୍ମ ଉପସ୍ତିତ ରହିଥିଲେ ।

nis-ad
Leave A Reply

Your email address will not be published.