ଆସିକାରେ ଜମି ମାଫିଆଙ୍କ ଯୋଗୁଁ ସହର ଡୁବିବ…

ଜଳ ନିଷ୍କାସନ ପଥରେ ଥିବା ଜମି କ୍ରୟ କରି ପ୍ଲଟ ବିକ୍ରି……..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ବାସୀ ବହୁ ଥର ବନ୍ୟାରେ ଉବୁଟୁବୁ ହୋଇଥିବାର ନଜିର ରହିଛି। ଆସିକା ସହରକୁ ଶୁକନଈ ଓ ମଙ୍ଗଳପୁର ହଜରୁ ବର୍ଷା ଓ ନାଳ ନର୍ଦ୍ଧମା ର ଜଳ ପ୍ରବେଶ କରି ଟିପିସର ନାଳ ଦେଇ ଋଷିକୂଲ୍ୟା ନଦୀକୁ ଜଳ ନିଷ୍କାସନ ପୂର୍ବରୁ ହେଉଥିଲା। ଗତ କିଛି ବର୍ଷ ହେଲା ଜମି ମାଫିଆ ମାନେ ସହରର ଜଳ ନିଷ୍କାସନ ପଥ ନିକଟରେ ଥିବା ଚାଷ ଜମିକୁ କ୍ରୟ କରି ସେଠାରେ ପ୍ଲଟ କାଟି ଅତି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଜମି କ୍ରୟ ପରେ ସରକାରଙ୍କ ସମସ୍ତ ନୀତିନିୟମ କୁ ଉଲଘଂନ କରି। ରାଜସ୍ବ ବିଭାଗର କର୍ମଚାରୀ ଓ ସବରେଜିଷ୍ଟର ଅଫିସର କିଛି କର୍ମଚାରୀ ମାନଙ୍କୁ ଅର୍ଥ ଦେଇ ଏହି ପ୍ଲଟ ବିକ୍ରି ହେଉଥିବା ନେଇ ଆଲୋଚନା ହେଉଛି।

ଆସିକା ତାଲୁକା ରୋଡ଼, ସୁନାମ୍ବ ସାହି, ଲକ୍ଷ୍ମୀ ବଜାର, ବିନାୟକ ବଜାର ଅଞ୍ଚଳରେ ଜଳ ନିଷ୍କାସନ ପଥ ପୂର୍ବରୁ ଥିଲା। ଜଳ ନିଷ୍କାସନ ପଥ ରେ ବଡ଼ ବଡ଼ ଅଟାଳିକା ସାଙ୍ଗକୁ ଦୋକାନ ଗୃହ ବର୍ତ୍ତମାନ ନିର୍ମାଣ ହୋଇଛି। ଯାହା ଫଳରେ ଆଗାମୀ ଦିନରେ ୧୯୬୯, ୧୯୯୦, ୧୯୯୯, ତିତିଲି ପ୍ରଳୟଙ୍କର ବନ୍ୟା ଠାରୁ ମଧ୍ୟ ବଡ଼ କୁତ୍ରିମ ବନ୍ୟା ହେବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଆସିକା ଜବର ଦଖଲ ସମ୍ପର୍କ ରେ ବିଧାନସଭା ରେ ବହୁବାର ଚର୍ଚ୍ଚା ଓ ଆଲୋଚନା ମଧ୍ୟ ହୋଇଛି। ଜଳ ନିଷ୍କାସନ ପଥ ଗୁଡ଼ିକରେ ଜବର ଦଖଲ ହଟାନ ଗଲେ ଆସିକା ସହର ମାନ ଚିତ୍ରରେ ରହିବନି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ଜଳ ନିଷ୍କାସନ ପଥ ଗୁଡ଼ିକ ରେ ବେଆଇନ ଭାବେ ପ୍ଲଟିଙ୍ଗ କରି ଥିବା ପ୍ଲଟ ବିକ୍ରି ବନ୍ଦ କରିବାକୁ ଦାବୀ ହେଉଛି।

nis-ad
Leave A Reply

Your email address will not be published.