ସ୍ୱଳ୍ପ ମହିଳା ପାଇଲେ ସୁଭଦ୍ରା ଯୋଜନା…

ହେଲେ ଦରଦାମ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲକ୍ଷାଧିକ ପରିବାର……!

ବ୍ରହ୍ମପୁର : ଲୋକେ ପରିବର୍ତ୍ତନ ଚାହୁଁ ଥିଲେ ୨୪ ବର୍ଷର ବିଜେଡି ପ୍ରତ୍ୟାଖାନ କରିଲେ। ନୂଆ ସରକାର ଆସିବା ପରଠାରୁ ପ୍ରତେକ ସାମଗ୍ରୀ ର ଦର ଏବେ ଆକାଶ ଛୁଆଁ ହୋଇଛି। ମଧ୍ୟମବିତ୍ତ ପରିବାର ଗରିବ ଗୁରୁବା ଏବେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଡ଼ବଲ ଇଞ୍ଜିନ ସରକାର ଦରଦାମ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଛନ୍ତି। ନୂତନ ସରକାର କେଉଁଠି ପୂର୍ବ ସରକାର ର ବିଭିନ୍ନ ଯୋଜନା ର ନାଁ ବଦଳେଇବା ଓ ରଙ୍ଗ ବଦଳେଇବାରେ କେବଳ ସୀମିତ ଥିବା ଏବେ ଚାରିଆଡେ ଚର୍ଚ୍ଚା ହେଲାଣି। ଦରଦାମ ବୃଦ୍ଧି ପାଇଁ ସରକାରଙ୍କ ଇଚ୍ଛା ଶକ୍ତିର ଅଭାବ ଥିବା ନେଇ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି। ଯୋଗାଣ ମନ୍ତ୍ରୀ ଯେ କୌଣସି ସାମଗ୍ରୀ ର ଦରବୃଦ୍ଧି ସମ୍ପର୍କ ରେ ସାମ୍ବାଦିକ ମାନେ ପ୍ରଶ୍ନ କଲେ ମହାଶୟ ସ୍ୱଳ୍ପ ଦର ବୃଦ୍ଧି ହୋଇଥିବା କହି କଥାକୁ ହାଲୁକା ଭାବେ ନେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।

ଦଶହରା ଓ ପାର୍ବଣ ଋତୁ ଯୋଗୁଁ କିଛି ବ୍ୟବସାୟୀ ବିଭିନ୍ନ ସାମଗ୍ରୀ ମନଇଚ୍ଛା ଦରରେ ବିକ୍ରି କରୁଛନ୍ତି। ଆଉ କିଛି ବ୍ୟବସାୟୀ ନକଲି ସାମଗ୍ରୀ ଆଣି ଅସଲି ଟଙ୍କାରେ ନେଇ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏପଟେ ବିରୋଧି କହୁଛନ୍ତି, ସୁଭଦ୍ରା ଯୋଜନା ର କମାଲ ଦରଦାମ ବୃଦ୍ଧିର କାରଣ ବୋଲି। କେବଳ ଗୋଟେ ଯୋଜନା ରେ ନୂଆ ସରକାର ଫେଲ ହୋଇଥିବା ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି। ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଟ ହୋଇ ପୂର୍ବ ସରକାର ର ଗୁଣ ଗାଣ ଆରମ୍ଭ କରି ଦେଇଛନ୍ତି।

nis-ad
Leave A Reply

Your email address will not be published.