ମେକାଠାରୁ ଦାମପଡାକୁ ସଂଯୋଗ କରୁଥିବା ସେତୁ ଓ ରାସ୍ତାର ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

ସେତୁ ନିର୍ମାଣ କାରି ସଂସ୍ଥା ୟୁନିକନ କଷ୍ଟ୍ରାକସନ ସହ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଅଭିଯୋଗ ।

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଂଚାୟତର ଗ୍ରାମବାସୀ ନବ ନିର୍ମିତ ପୋଲ ଏବଂ ନିମ୍ନମାନର ରାସ୍ତାକୁ ନେଇ ଆଣିଛନ୍ତି ଅଭିଯୋଗ l ମାଥିଲି ବ୍ଲକର ମେକା ଗ୍ରାମପଞ୍ଚାୟତରୁ ଦାମପଡାକୁ ଯୋଗାଯୋଗ କରିବା ପାଇଁ ଏକ ପୋଲ ନିର୍ମାଣ ହୋଇଥିବା ବେଳେ ପୋଲ ଏବଂ ରାସ୍ତା କାର୍ଯ୍ୟରେ ନିମ୍ନମାନର କାମ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ଅଂଚଳରେ ପୋଲ ନିର୍ମାଣ ଏବଂ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ଅତି ନିମ୍ନମାନର ହୋଇଥିବାରୁ ରାସ୍ତା କାମ ଶେଷ ହୋଇ ଏକ ମାସ ନ ହେଉଣୁ ପୋଲର ଦୁଇ ପାର୍ଶ୍ଵର ମାଟି ଧସି ଯିବା ସହ ପିଚୁ ଓ ଗୋଡି ବାହାରି ରାସ୍ତାରେ ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇଯାଇଛି ଯାହା ଫଳରେ ଏହି ବିପଦ ପୂର୍ଣ ସେତୁ ଓ ରାସ୍ତା ଦେଇ ଗାଡି ମୋଟରରେ ଯିବାଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯଦି କେହି ରାତିଅଧିଆ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ନ୍ତି ଏହି ରାସ୍ତାରେ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଥିବା ମେକା ଗ୍ରାମବାସୀ ସୁଦେଶ ପୂଜାରୀ,ଡମୁ ପୂଜାରୀ,ଲାଇଛନ ଚଲା ,ସମରା ପୂଜାରୀ,ଗଙ୍ଗା ଗାଛା ଏବଂ ଅନ୍ୟ ଗ୍ରାମବାସୀମାନେ କହିଛନ୍ତି । ସୀମାନ୍ତ ଛତିଶଗଡର ଲୋକେ ମଧ୍ୟ ରୋଗରେ ଆକ୍ରାନ୍ତ ହେଲେ ମାଥିଲି ଚିକିତ୍ସାଳୟରେ ଚିକିତ୍ସା କରିବାକୁ ଆସୁଥିବା ବେଳେ ବର୍ତମାନ ଏହି ନବ ନିର୍ମିତ ପୋଲ ଏବଂ ବିପଦଶଙ୍କୁଳ ରାସ୍ତାରେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଛତିଶଗଡ ବାସି ମଧ୍ୟ କହିଛନ୍ତି l କିଛିଦିନ ପୂର୍ବରୁ ପୋଲ ନିକଟରେ ପଡିଥିବା ଏକ ବୋର୍ଡରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଲକାନଗିରି ଲେଖା ହୋଇଥିବା ବେଳେ ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ । ଉକ୍ତ ଫଳକରେ ମେକା ଠାରୁ ଦାମପଡା ରାସ୍ତାରେ ସ୍ଥାନୀୟ ନାଳ ଉପରେ ସେତୁ ନିର୍ମାଣ, ଚୁକ୍ତିନାମା ରାଶି ୮କୋଟି ୪୨ଲକ୍ଷ ୫୯ହଜାର ଟଙ୍କା କାର୍ଯ୍ୟ ଆରମ୍ଭ ତାରିଖ ୧୮-୧୧-୨୦୧୯ରହିଥବା ବେଳେ ଧାର୍ଯ୍ୟ ସମାପ୍ତି ତାରିଖ ୧୭-୦୫-୨୦୨୧, ନିର୍ମାଣ କାରି ସଂସ୍ଥା ୟୁନିକନ କଷ୍ଟ୍ରାକସନ ଦର୍ଶାଯାଇଛି କିନ୍ତୁ ଗ୍ରାମବାସି କହିବା ଅନୁଯାଇ ଏହି ରାସ୍ତାକାର୍ଯ୍ୟ ଏହି ବର୍ଷ ଅଗଷ୍ଟ ମାସରେ ହୋଇ ଶେଷ ହୋଇଥିଲା କିନ୍ତୁ ବର୍ତମାନ ନଦୀରୁ ବାଲି ବୋଝେଇ ବଡ଼ ଟ୍ରକ ଗୁଡିକ ଯାଇ ଏହି ରାସ୍ତା ସମ୍ପୂର୍ଣ ରୂପେ ନଷ୍ଟ ହୋଇଯାଇଛି ଏବଂ ପିଚୁ ରାସ୍ତାରୁ ଉଠିଯାଇଛି l ଉକ୍ତ ପୋଲର ୫୦ମିଟର ନିକଟରୁ ବାଲିଖନନ କାର୍ଯ୍ୟ ହେଉଥିବାରୁ ନଦୀର ଗତିପଥରେ ପରିବର୍ତ୍ତନ ହେବା ସହ ଆଗାମୀଦିନରେ ସେତୁ ପ୍ରତି ବିପଦ ରହିଛି । ଏହି ବିଷୟରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ -୧ ର କାର୍ଯ୍ୟଳୟକୁ ଯାଇ ଆମେ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ସେତୁ ପ୍ରତି ବିପଦକୁ ପୋରୋକ୍ଷ ରେ ସ୍ଵୀକାର କରିବା ସହ ତାହା ଆମ ବିଭାଗର ଦାୟିତ୍ଵ ନୁହେଁ ଏହା ମିନିରାଲ ଓ ମାଇନିଙ୍ଗ ଅଧୀନରେ ରହିଛି । ଫଳକ ଅନୁଯାୟୀ ରାସ୍ତା ଓ ସେତୁ କାର୍ଯ୍ୟ ସରିଥିବା ବେଳେ ଏହିଭଳି ନିମ୍ନମାନର କାର୍ଯ୍ୟପାଇଁ ଆଗାମୀ ଦିନରେ ଠିକାଦାର ନା ବିଭାଗ ଦାୟୀ ରହିବ ସେ ବିଷୟରେ ସାଧାରଣରେ ପ୍ରଶ୍ନ ଉଠୁଛି । ନିମମାନର ସେତୁ ଓ ରାସ୍ତା କାର୍ଯ୍ୟ ବାବଦରେ ମେକା ଓ ଆଖପାଖ ଅଂଚଳର ଗ୍ରାମବାସି ଗଣମାଧ୍ୟମ ଜରିଆରେ ବିଭାଗ ଓ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଏଠାରେ ହୋଇଥିବା ପୋଲ ଏବଂ ରାସ୍ତା କାର୍ଯ୍ୟର ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ପଠାଇ ତଦନ୍ତ କରି ଏହି କାର୍ଯ୍ୟକୁ ପୁନର୍ବାର ଠିକ ଭାବେ କରାଯିବା କୁ ଦାବି କରିଛନ୍ତି l

nis-ad
Leave A Reply

Your email address will not be published.