୨୦୦୧ ବ୍ୟାଚର ବନ୍ଧୁମିଳନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଏ ଯେ ଓ ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚର ସମସ୍ତ ଛାତ୍ରଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ରଜତ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ଚୌଧୁରୀ ଓ ରିଆଜ ଖାନଙ୍କ ନେତୃତ୍ବରେ ତୁଡିପାଜୁ ସ୍କୁଲ ପଛପଟେ ଥିବା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା l ଦୀର୍ଘ ୨୧ ବର୍ଷ ପରେ ବହୁ ଛାତ୍ର ପରସ୍ପର ମଧ୍ୟରେ ଭେଟ ଭାଟ ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ର ସିମା କହିଲେ ନସରେ l ଏ ନେଇ ଏକ ଭୋଜିର ଆୟୋଜନ ହୋଇଥିଲା l ଭୋଜି ଶେଷରେ ବୈଠକ ରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରତି ବର୍ଷ ଚାଲୁ ରଖିବା ସହିତ ସୁବିଧା ଅସୁବିଧାରେ ପରସ୍ପରକୁ ସାହାଯ୍ଯ ସହଯୋଗର ହାତ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି l

nis-ad
Leave A Reply

Your email address will not be published.