ବୁଦ୍ଧଖୋଲରେ ଅଯୋଧ୍ୟାର ସାଧୁସନ୍ଥଙ୍କ ପୂଜାପାଠ

ବୁଗୁଡ଼ା : ବୁଦ୍ଧଖୋଲରେ ପହଞ୍ଚିଛନ୍ତି ଅଯୋଧ୍ୟାର ସାଧୁ ସନ୍ଥ l ସେମାନଙ୍କ ପୂଜାପାଠରେ ପ୍ରକମ୍ପିତ ହୋଇ ଉଠିଛି ବୁଦ୍ଧଖୋଲ ପରିବେଶ l ଅଯୋଧ୍ୟା ତେରାଭାଇ ତ୍ୟାଗୀ ମଠର ୩୫ ଜଣ ସାଧୁ ନେପାଳର ଜନକପୁରୀ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରି ପୁରୀ ପହଞ୍ଚିଥିବା ଏହି ସାଧୁମାନେ ବୁଗୁଡ଼ା ଅଞ୍ଚଳର ସନ୍ଥ ପ୍ରେମୀ ପର୍ଶୁରାମ ବାହିନୀର ଅନୁରୋଧ କ୍ରମେ ଗତରାତ୍ରିରେ ବୁଦ୍ଧଖୋଲରେ ପହଞ୍ଚିଛନ୍ତି l ମୌନି ବାବା ପ୍ରେମ ଦାସ , ବଳରାମ ଦାସ ଓ ମଙ୍ଗଳ ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଜପ, ତପ, ହୋମ ସହ ତାଙ୍କର ବିଧି ଅନୁଯାୟୀ ପୂଜା ପାଠ ଜାରି ରଖିଛନ୍ତି l ସେମାନେ ଏଠାରେ ବୁଧବାର ପର୍ଯ୍ୟନ୍ତ ରହିବା ପାଇଁ ବନ୍ଦୋବସ୍ତ ହୋଇଥିବା ବେଳେ ପର୍ଶୁରାମ ବାହିନୀର ଦିଲ୍ଲୀପ କୁମାର ଦାଶ, ସିମାଞ୍ଚଳ ମାଟିଆ ପ୍ରମୁଖ ସନ୍ଥମାନଙ୍କ ଦାୟିତ୍ୱ ନେଉଛନ୍ତି lସାଧୁସନ୍ଥଙ୍କୁ ଦେଖିବା ଓ ସେମାନଙ୍କ ଆଶ୍ରୀର୍ବାଦ ଭିକ୍ଷା ପାଇଁ ବୁଗୁଡ଼ା ଓ ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ବୁଦ୍ଧଖୋଲକୁ ଯାଉଥିବା ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.