ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ କେନ୍ଦ୍ର ସରକାରଙ୍କୁ  ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ସମଲିଙ୍ଗୀ ବାହାଘରକୁ ଅନ୍ୟ ବାହାଘର ପରି ସାମାଜିକ ମାନ୍ୟତା ଓ ସୁବିଧା ମିଳୁନି । ସେମାନଙ୍କ ବିବାହକୁ ଆଇନଗତ ମାନ୍ୟତା ନିମିଳିଥିବାରୁ ବିଭିନ୍ନ ସରକାରୀ ନିୟମ ଓ ସୁବିଧାର ବଞ୍ଚିତ ରଖାଯାଉଛି । ସମଲିଙ୍ଗୀ ବିବାହକୁ ସ୍ୱତନ୍ତ୍ର ମ୍ୟାରେଜ୍ ଆକ୍ଟରେ ସ୍ୱୀକୃତି ପ୍ରଦାନ କରିବାକୁ ଏକ ନୂଆ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ଥିବା ଏକ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ମାମଲାକୁ ମଧ୍ୟ ଏକ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର ଏହି ମାମଲାର ଶୁଣାଣି ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଥିଲେ। ସେ କହିଛନ୍ତି ଯେ ଅନେକ ଲୋକ ଏହି ପ୍ରସଙ୍ଗରେ ଆଗ୍ରହୀ ଅଟନ୍ତି।

ଏହା ଉପରେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଯେତେବେଳେ ଶୁଣାଣି ହେବ, ଆମେ ଏନେଇ ବିଚାର କରିବୁ। ଏହାପୂର୍ବରୁ ନଭେମ୍ବର ୨୫ ରେ ସୁପ୍ରିମକୋର୍ଟ ଅନ୍ୟ ଏକ ସମଲିଙ୍ଗୀ ଦମ୍ପତିଙ୍କ ଆବେଦନ ଉପରେ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ ଏବଂ ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏହାର ଉତ୍ତର ମାଗିଥିଲେ।

ପୂର୍ବରୁ ଦୁଇଟି ଜନସ୍ୱାର୍ଥ ମାମଲା ମଧ୍ୟ ଏନେଇ ଦାଖଲ କରାଯାଇଥିଲା। ଏହି ଆବେଦନପତ୍ରରେ ସମଲିଙ୍ଗୀ ବ୍ୟକ୍ତିଙ୍କ ବିବାହକୁ ସ୍ୱତନ୍ତ୍ର ବିବାହ ଆଇନରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଥିଲା। ହାଇଦ୍ରାବାଦର ଦୁଇଜଣ ଯୁବକ ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ନିଜ ଆବେଦନରେ କହିଥିଲେ ଯେ ୧୦ବର୍ଷ ହେବ ସେମାନେ ଏକାଠି ରହୁଛନ୍ତି ଓ ସେମାନଙ୍କ ସମ୍ପର୍କକୁ ପରିବାର ଅନୁମତି ଦେଇଛି ।

ଏନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀମାନେ କହିଛନ୍ତି ଯେ ସ୍ୱତନ୍ତ୍ର ବିବାହ ଆଇନ ଭାରତୀୟ ସମ୍ବିଧାନର ବିପରୀତ ଅଟେ। ଏହା ସମାନ ଲିଙ୍ଗ ଦମ୍ପତି ଏବଂ ବିପରୀତ ଲିଙ୍ଗ ଦମ୍ପତିଙ୍କ ମଧ୍ୟରେ ଭେଦଭାବ କରେ। ଏହା ସମଲିଙ୍ଗୀ ଦମ୍ପତିଙ୍କୁ ଆଇନଗତ ଅଧିକାରରୁ ବଞ୍ଚିତ କରିବା ସହିତ ବିବାହ ଭଳି ସାମାଜିକ ସ୍ୱୀକୃତି ଏବଂ ସ୍ଥିତିରୁ ବଞ୍ଚିତ କରିଥାଏ।କେବଳ ସେତିକି ନୁହେଁ ଏକଥା ମଧ୍ୟ ଆବେଦନରେ କୁହାଯାଇଛି କି ଯଦି ସମ୍ପର୍କକୁ ଆଇନଗତ ମାନ୍ୟତା ନିମିଳିବ ତେବେ ସମଲିଙ୍ଗୀଙ୍କ ସମ୍ପତିର ଉତ୍ତରାଧିକାରୀ କିଏ ହେବେ ? କେନ୍ଦ୍ର ସରକାର ଜବାବ ଦେବା ପରେ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ ।

nis-ad
Leave A Reply

Your email address will not be published.