ନାବାଳିକା ଶାଳୀର ଅଶ୍ଳୀଳ ଫୋଟ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ମାଣିତରା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରେ ନାବାଳିକା ଶାଳୀର ଅଶ୍ବିଳ ଫଟୋ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ l ଗିରଫ ଭିଣୋଇ ହେଲେ ମକରାପଲ୍ଲୀ ଗ୍ରାମର ପ୍ରମୋଦ ଆଲଟିଆ (୩୨ )l ପ୍ରମୋଦ ମୋଟାବାଡ଼ି ଗ୍ରାମର ଗୋପାଳ ପ୍ରଧାନଙ୍କ ଝିଅକୁ ଦଶ ବର୍ଷ ତଳେ ବାହା ହୋଇଥିଲେ l ପ୍ରମୋଦ ଅହମଦାବାଦରେ ଦାଦନ ଖଟୁଥିବା ବେଳେ ସ୍ତ୍ରୀ ସହ ଗଣ୍ଡଗୋଳ କରିବାରୁ ୬ ମାସ ହେଲା ପୁଅ ଓ ଝିଅକୁ ନେଇ ସ୍ତ୍ରୀ ବାପଘର ମୋଟାବାଡ଼ିରେ ରହୁଛି l ଏହା ଭିତରେ ସ୍ତ୍ରୀକୁ ଆଣି ଅହମଦାବାଦରେ ଛାଡିବା ପାଇଁ ପ୍ରମୋଦ ଶାଶୁ ଶଶୁରଙ୍କୁ ଫୋନରେ ଧମକ ଚମକ ଦେବା ସହ ନାବାଳିକା ଶାଳୀର ଫୋଟ ଏଡିଟିଂ କରି ଅଶ୍ଳୀଳ ଫଟୋ ଭାଇରଲ କରିଥିଲା l ପ୍ରମୋଦ ମକରାପଲ୍ଲୀ ଆସିବା ପରେ ଗତ ୮ ତାରିଖରେ ନାବାଳିକା ପଢ଼ୁଥିବା ବିଡି ପୁର କଲେଜକୁ ଯାଇ ସେଠାରେ ଶାଳୀକୁ ଉଠାଇ ନେବା ପାଇଁ ଉଦ୍ୟମ କରିବା ସହ ଟଣା ଓଟୋରା କରିଥିବା ଅଭିଯୋଗ ହୋଇଛି l ନାବାଳିକା ଜଣକ ଭିଣୋଇକୁ ଦେଖି ଘର ଲୋକଙ୍କୁ ଖବର ଦେବା ପରେ ନାବାଳିକାର ଭାଇମାନେ କଲେଜ ଅଭିମୁଖେ ଯିବା ବେଳେ ରାସ୍ତାରେ ଶଳାମାନଙ୍କୁ ଦେଖି ପ୍ରମୋଦ ଛୁ ମାରିଥିଲା l ଏ ନେଇ ଶଳା ବିଭୁଦତ୍ତ ପ୍ରଧାନ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୭୪୮ /୨୨ ରେ ଏକ ମାମଲା ରୁଜୁ କରି ପ୍ରମୋଦକୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି l

nis-ad
Leave A Reply

Your email address will not be published.