ଧାନ ଗାଡି ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାମବେଡା ଗ୍ରାମ ନିକଟରେ ଏକ ଧାନ ବୋଝେଇ ୪୦୭ ଗାଡି ଦୁର୍ଘଟଣା ହେବାରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨ଜଣ ଆହତ । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିମିଟାପାଲିରୁ ଏକ ୪୦୭ ଗାଡିରେ ୫୦ ବସ୍ତାରୁ ଊର୍ଦ୍ଧ୍ଵଧାନ ରଖା ଯାଇ ଆସୁଥିବା ବେଳେ କାମବେଡା ପଞ୍ଚାୟତ ଅଫିସ ନିକଟରେ ଥିବା ଏକ କେନାଲ ମଧ୍ୟକୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ଡ୍ରାଇଭର ସମେତ ୪ ଜଣ ବ୍ୟକ୍ତିଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନିଜଣ ଗୁରୁତ୍ତର ଆହତ ହୋଇଥିବାରୁ ସେମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ସମୟରେ ଆଉଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତକ ମାନେ କାଣ୍ଡିକୁଣ୍ଡା ଗ୍ରାମର ହେଲେ ମୁକା ମାଢି ଓ କାମବେଡା ଗ୍ରାମର ମୁକା ମାଡକମି ବୋଲି ସୂଚନା ମିଳିଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ଗସ୍ତ ଗାଡିକୁ ଉଧାର କରିବାକୁ ପ୍ରୟାସ ଆରମ୍ଭ କରିଥିବା ଜଣା ପଡିଛି । ମୃତକ ଓ ଆହତ ବ୍ୟକ୍ତି ମାନେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣା ପଡିଛି । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.