ପଦ୍ମପୁର ଛାଡ଼ିବାକୁ ସମସ୍ତ ଦଳକୁ ଜିଲ୍ଲାପାଳଙ୍କ ନିବେଦନ

ବରଗଡ଼, ୦୩।୧୨: ପଦ୍ମପୁରରେ ୪ଟା ପରେ ପ୍ରଚାର ନକରିବା ପାଇଁ ବରଗଡ଼ ଜିଲ୍ଲାପାଳସମସ୍ତ ଦଳକୁ ନିବେଦନ କରିଛନ୍ତି । ଏହାସହ କୌଣସି ବାହାର ବ୍ୟକ୍ତି ପଦ୍ମପୁର ଅଞ୍ଚାଳରେ ୪ଟା ପରେ ରହିବେ ନାହିଁ । ଯଦି କେହି ରହେ ସେଥିପାଇଁ ସମସ୍ତ ହୋଟେଲ ତଥା ବାହାରୁ ଆସି ରହୁଥିବା ଲୋକଙ୍କ ସ୍ଥାନ ଯାଞ୍ଚ କରାଯିବ ଓ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ସକାଳ ୭ଟାରୁ ସନ୍ଧ୍ୟା ୪ଟା ପ୍ରଯ୍ୟନ୍ତ ଭୋଟିଂ ହେବ । ମୋଟ ୩୯୦ବୁଥ ରହିଛି । ସେଥିରେ ୬ଟି ପିଙ୍କ୍‌ ବୁଥ୍‌ ଥିବା ବେଳେ ୧୫ ମୋଡେନ ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅନ୍ୟପଟେ ୧୧୨ ବୁଥରେ ସିଆର୍‌ପିଏଫ୍‌ ଫୋର୍ସ ଯଗିବେ ବୋଲି ବରଗଡ଼ ଏସ୍‌ପି କହିଛନ୍ତି । ଏହା ସହ ଏସ୍‌ଓଜି ଓ ଡିପିଏଫ୍‌ ମଧ୍ୟ ସୁରକ୍ଷା ପାଇଁ ରହିଛନ୍ତି । ମାଓବାଦୀର କୌଣସି ଭୟନାହିଁ । କିପରି ସୁରକ୍ଷିତ ମତଦାନ ହେବ ସେଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହାସହ ୪୫ଗୋଟି ମୋବାଇଲ୍‌ ଟିମ ଅଛନ୍ତି । ୪ଟି ସୁପର ଭାଇଜର ପାର୍ଟି ଅଛନ୍ତି । ଏହାସହ ୨୨ଗୋଟି ନାକାବନ୍ଦୀ କରାଯାଇଛି । ସେଥିରୁ ୧୦ଟି ଛତିଶଗଡ଼ ସୀମାରେ ଅଛି । ସେଠି କଡ଼ାକଡ଼ି ଯାଞ୍ଚ କରାଯାଉଛି ।

nis-ad
Leave A Reply

Your email address will not be published.