ହାଇକୋର୍ଟ ଲିକ୍ୟୁଡେଟରଙ୍କ ସୂଚନା, ଆଜିଠାରୁ ଓଟିଏମ୍‌ ଭାର ନେବେ ରାଜ୍ୟ ସରକାର

ଭୁବନେଶ୍ୱର, ୦୩/୧୨: ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍‌ ବା ଓଟିଏମର ଭାର ଆଜିଠାରୁ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଓଟିଏମ୍‌ର ୫୨୧ ଏକର ଜାଗା ସହିତ କମ୍ପାନୀକୁ ରାଜ୍ୟ ସରକାରଙ୍କୁ ହସ୍ଥାନ୍ତର କରାଯାଇଛି । ଏନେଇ ହାଇକୋର୍ଟ ଲିକ୍ୟୁଡେଟର ସୂଚନା ଦେଇଛନ୍ତି । ଓଟିଏମ୍ କମ୍ପାନୀର ରକ୍ଷଣା ବେକ୍ଷଣ ଦାୟିତ୍ୱ ଏବେ ରାଜ୍ୟ ସରକାର ବୁଝିବେ ବୋଲି ଜଣାପଡ଼ିଛି ।

ପୂର୍ବରୁ ଏହି ମାମଲାରେ ୧୧୫ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ୧୫ ସୁଦ୍ଧା ଟଙ୍କା ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଅଫିସିଆଲ୍ ଲିକ୍ୟୁଡେଟରଙ୍କ ନିକଟରେ ରାଜ୍ୟ ସରକାର ଟଙ୍କା ଜମା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଏକଦା ରାଜ୍ୟର ବୟନଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସରକାରୀ ଉତ୍ପାଦନକାରୀ ଓଟିଏମ୍‌ ପରିଚାଳନାଗତ ତ୍ରୁଟି ଲାଗି ତାର ଗୌରବ ହରାଇଥିଲା । ଆର୍ଥିକ କ୍ଷତି ଯୋଗୁଁ ଏହା ବନ୍ଦ ହେବା ସହ ଶ୍ରମିକ ଅଶାନ୍ତି ଜାରି ରହିଥିଲା । ତେବେ କଟକ ଚୌଦ୍ୱାରରେ ସ୍ଥାପିତ ଏହି ଟେକ୍ସଟାଇଲ୍‌ ମିଲ୍‌କୁ ପୁଣି ସକ୍ରିୟ କରିବାକୁ ଦାବି ହୋଇଆସୁଥିଲା ।

nis-ad
Leave A Reply

Your email address will not be published.