ଲଜ୍ୟା ପୁଣି ୫ କିମି ରାସ୍ତା ଭାରରେ ବୁହାହେଲେ ରୋଗୀ : ପ୍ରଶାସନ ର ନିଘା ନାହିଁ…

ଫୁଲବାଣୀ, ୧୫/୧୧: ହଜାର ହଜାର ଯୋଜନା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି l ହେଲେବି ଆଜିବି ଆମ୍ବୁଲାନ୍ସ ପହଞ୍ଚି ପାରୁନି ଗାଁକୁ ଫଳରେ ଗ୍ରାମରୁ ୫ କିମି ରାସ୍ତା ରୋଗୀକି ବୋହିକି ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ଆଣିଲେ ଆଉ ରୋଗୀ ମୃତ୍ୟୁବରଣ କରିବା ପରେ ଆଜି ପୁଣି ମୃତଦେହକୁ ଡକାଙ୍ଗିରୁ ବୋହିକି ଗାଁକୁ ନେବାକୁ ପଡ଼ିଛି ପରିବାର ଲୋକଙ୍କୁ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକର ତୁଡିପାଜୁ ପଞ୍ଚାୟତ ଅନ୍ତର୍ଗତ ଟାଡ଼ପଙ୍ଗା ଗ୍ରାମରେ l ଗ୍ରାମର ଦେବେଶ୍ୱର କହଁର ନାମକ ଜଣେ ସତୁରି ବର୍ଷୀୟ ବୃଦ୍ଧବ୍ୟକ୍ତି ହଟାତ ଅସୁସ୍ଥ ହୋଇ ପଡିଥିଲେ ଫଳରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଆଉ ଆମ୍ବୁଲାନ୍ସ ବି ଆସିଲା, ହେଲେ ଗାଁରେ ପହଞ୍ଚି ପାରିଲାନି l ଫଳରେ ପରିବାର ଲୋକେ କାନ୍ଦରେ ବୋହିକି ତାଡ଼ପଙ୍ଗା ଗ୍ରାମରୁ ଗୁମି, ସୁଡୁ ବାଲି ଓ ମିଣିଆ କାଠି ଗ୍ରାମ ଦେଇ ଡକାଙ୍ଗି ଆଣିଥିଲେ ସେଠାରୁ ଆମ୍ବୁଲାନ୍ସରେ ଆଣିଥିଲେ, ଠିକ ଆଜି ପୁଣି ଶବ ବୁହା ଗାଡି ଡକାଙ୍ଗି ଯାଏ ଯାଇଥିଲା ସେଠାରୁ ଶବକୁ ବୋହିକି ନେଇଥିଲେ l ସଦର ମହକୁମା ଫୁଲବାଣୀରୁ ମାତ୍ର ଦଶ କିଲୋମିଟରରେ ଏଭଳି ଅବସ୍ଥା ଯାହାକି ଜିଲ୍ଲା ପ୍ରଶାସନ ଆଡକୁ ଆଙ୍ଗୁଳି ଉଠୁଛି l ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ଦାବି କରି ଆସୁଛନ୍ତି ହେଲେ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ତେବେ ବର୍ତମାନ ସେହି ଅଞ୍ଚଳ ଲାଗି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୯ କୋଟି ଟଙ୍କା ଅନୁଦାନରେ ରାସ୍ତା କାମ ଗତ ସପ୍ତାହେ ହେଲା ଆରମ୍ଭ ହୋଇଥିବା ଜଣାପଡିଛି l ତେବେ ଜିଲ୍ଲାରେ ଏଭଳି ପାଞ୍ଚ ଶହରୁ ଉର୍ଦ୍ଧ ଗ୍ରାମ ଓ ପଡା ରହିଛି ଯେଉଁଠିକୁ ପକ୍କା ରାସ୍ତା ନାହିଁ l ଏସବୁ ଗ୍ରାମକୁ କେବେ ରାସ୍ତା ହେବ ଦେଖିବାର କଥା l

nis-ad
Leave A Reply

Your email address will not be published.