ବ୍ଲକରୁ ବାଲକୋନି ପର୍ଯ୍ୟନ୍ତ ଅମଲା ସଂଘର ସମାନ କାମକୁ ସମାନ ଦରମା ଦାବୀ ଜୋର ଧରିଲା

ନବରଙ୍ଗପୁର : ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବର୍ଷବର୍ଷ ଧରି ସଚିବାଳୟ ର ନାଲିଫିତା ତଳେ ଚାପିରହିବା ଅତି ପରିତାପ ବିଷୟ ହୋଇଛି । ଏହାକୁ ବିରୋଧ କରି ଓଡ଼ିଶା ଅମଲା ସଂଘ ଆଜି ମଧ୍ୟାହ୍ନ ସମୟରେ ତିରିଶ ଗୋଟି ଜିଲ୍ଲାର ଏକ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ମାନନୀୟ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ଦେବା ପାଇଁ ଦିନ ଧାର୍ଯ୍ୟ କରିଥିବାରୁ ନବରଙ୍ଗପୁର ଶାଖା ଅମଲା ସଂଘ ଆମ୍ବେଦକର ଛକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟର ସାଇକେଲ ରେଲିରେ ଯାଇ ନିଜ ଦାବୀ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟ ରେ ପ୍ରଦାନ କରିଥିଲେ । ୨୦୧୭ ମସିହା ରେ ବ୍ଲକ୍ ଠାରୁ ସଚିବାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ଅମଲା ଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖିଥିଲେ ହେଁ ଦରମା ପ୍ରଦାନ ରେ ପାତର ଅନ୍ତର ରଖିଛନ୍ତି । ଏପରିକି ଜଣେ ଗ୍ରୁପ୍ ଡି କର୍ମଚାରୀ ଗ୍ରେଡ଼ ପେ ୧୮୦୦/- ପାଉଥିବା ସ୍ଥଳେ ଜଣେ କନିଷ୍ଠ ଅମଲା ୧୯୦୦/- ରେ ନିଜ ସପ୍ତମ ବେତନ ହାର ପାଉଛି । ପୁଣି ସଚିବାଳୟ କର୍ମଚାରୀ ଶିତତାପ ନିୟନ୍ତ୍ରିତ କୋଠରୀ ରେ ବସି କାମ କରୁଥିବା ବେଳେ ଜିଲ୍ଲା ସ୍ତରୀୟ ଅମଲା ବଣ ଜଙ୍ଗଲ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହି କାମ କରୁଛନ୍ତି । ଉପର ମହଲା ର ସମସ୍ତ ସ୍କିମ୍ କୁ ସୂଚାରୁ ରୂପେ ସଫଳ କରିବାରେ ଏହି ଅମଲା ତୃଣମୂଳ ସ୍ତରରେ କାମ କରି ଅତି ଦୟନୀୟ ପରିସ୍ଥିତି ରେ ରହୁଛନ୍ତି। ପେଟ ପାଟଣା ର ଅସହ୍ୟ ଦୁଃଖ କୁ ସହି ନ’ପାରିବାର କାରଣ ହିଁ ଏହି ଆନ୍ଦୋଳନ ର ମୁଖ୍ୟ ବିଷୟ ବା ଏକ ମାତ୍ର ଦାବୀ ମିଶନ ୪୨୦୦/- ଗ୍ରେଡ ପେ କନିଷ୍ଠ ଅମଲା ଙ୍କୁ ପ୍ରଦାନ କରିବା । ଏହି ରେଲିରେ ଶାଖା ସଂଘ ର ଅଧ୍ୟକ୍ଷ କୈଳାସ ସାମନ୍ତରା, ଉପଦେଷ୍ଟା ଭାଗୀ ମହାନ୍ତି , ଏମ. ବାଳକୃଷ୍ଣ ରାଓ ଙ୍କ ସହିତ ଦିଲ୍ଲୀପ ସାହୁ, ସିଦ୍ଧେଶ୍ୱରୀ ବେନ୍ଯା, ପ୍ରଦୀପ ଦଳେଇ, ରଞ୍ଜିତ ଷଡ଼ଙ୍ଗୀ, ଅରୁଣ ରଥ ପରିଚାଳନା କରିଥିଲେ । ଜିଲ୍ଲା ସ୍ତରର କୃଷି, ଉଦ୍ୟାନ, ସ୍ବାସ୍ଥ୍ୟ, ଶିକ୍ଷା, ପୂର୍ତ୍ତ, ବନ , ଶିଳ୍ପ ଇତ୍ୟାଦି ୨୧ ଟି ବିଭାଗ ର ଅମଲା ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ଅମଲା ସଙ୍ଘ ର ଭୁବନେଶ୍ୱର ଚାଲ ଅଭିଯାନ ଆସନ୍ତା ୨୭ ତାରିଖ ରେ ଥିବାରୁ ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ତରୀୟ ଅମଲା ଙ୍କୁ ଅଣ୍ଟା ଭିଡ଼ି ବାରେ ଠୋସ ପ୍ରେରଣା ଯୋଗାଇ ସୃଦୃଢ଼ କରାଇବା ସହ ଦାବୀ ହାସଲ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ।

nis-ad
Leave A Reply

Your email address will not be published.