ଚାନ୍ଦପୁର ବିଦ୍ୟାଳୟରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ପଲଙ୍କ କ୍ଲଷ୍ଟରର ଚାନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଯୁବରାଜ ମଲିକଙ୍କ ସଭାପତିତ୍ୱରେ ସ୍ୱାଗତ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପାରମ୍ପରିକ ରୀତିନୀତି ଦ୍ଵାରା ଅତିଥିଙ୍କୁ ସ୍ୱାଗତ କରିଥିଲେ ଓ ସ୍ୱାଗତ ସଂଗୀତ ଗାନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନନୀୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ ପଣ୍ଡା,ସି ଆର ସି ସି ଅମର ସାହୁ, ବିଦାୟୀ ଶିକ୍ଷକ ଜୟରାମ ବେହେରା, ବିଦାୟୀ ସି ଆର ସି ସି ଭବାନୀ ଶଙ୍କର ମହାପାତ୍ର, ଧାନଘର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ,ବ୍ଲକ ଶିକ୍ଷକ ସଂଘର ସଭାପତି ଶିକ୍ଷକ ତ୍ରିଲୋଚନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅତିଥିମାନଙ୍କୁ ଫୁଲ ତୋଡ଼ା ସହ ଉପଢୌକନ ପ୍ରଦାନ କରାଯାଇଥିଲା।

ବିଇଓ ଙ୍କ ସହିତ ଅତିଥିମାନେ ଓ ଉପସ୍ଥିତ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ବିଦାୟୀ ଙ୍କ କର୍ମମୟ ଜୀବନରେ ସମୟାନୁବର୍ତ୍ତୀତା, କର୍ମଠ, ଛାତ୍ରବତ୍ସଳ, ମିଷ୍ଟଭାସି, ତ୍ୟାଗ ଭଳି ଗୁଣ ଉପରେ ଆଲୋକପାତ କରିଥିଲେ। ପରେ ପରେ ବିଦାୟୀ ଶିକ୍ଷକ ଜୟରାମ ବେହେରା ଓ ବିଦାୟୀ ସି ଆରସିସି ଭବାନୀ ଶଙ୍କର ମହାପାତ୍ର ଙ୍କୁ ମାନପତ୍ର ସହିତ ଉପହାର ପ୍ରଦାନ କରାଯାଇଥିଲା। ଶିକ୍ଷକ ଲିଙ୍ଗରାଜ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.