ନୂତନ ପେନସନ ଭୁକ୍ତ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ବୈଠକ…

ଦାରିଙ୍ଗବାଡ଼ି,: ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ ସଂଘର ସମ୍ପାଦକ ରମେଶ ପ୍ରଧାନଙ୍କ ଆହ୍ଵାନ କ୍ରମେ ରାପଡ଼ା ବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଭାପତି କୈଳାଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବୈଠକ ଆରମ୍ଭରେ ସଂଘର ପୂର୍ବ ବିବରଣୀ ପାଠ ସହ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିଥିଲେ। ଶିକ୍ଷାସହାୟକ ଚାକିରି ଅବଧିକୁ ମୂଳ ଚାକିରିରେ ଗଣନା ସହ ୬ଟି ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଏଥି ସହିତ ଯଥା ଶିଘ୍ର ପ୍ରମୋସନ ପ୍ରଦାନ ଗଠନ ଉପରେ ଆଲୋଚନା କରାଯାଇଥିଲା। ସରକାର ଯଦି ୬ବର୍ଷ ଶିକ୍ଷାସହାୟକ ଅବଧିକୁ ମୂଳ ଚାକିରିରେ ଗଣନା ସହ ୬ଟି ଇନକ୍ରିମେଣ୍ଟ ପ୍ରଦାନ ନକରନ୍ତି ତେବେ ଆଗାମୀ ଦିନରେ ବ୍ଲକ ସଂଘ ଆନ୍ଦୋଳନକୁ ଓଲ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ବୈଠକରେ ବ୍ଲକ ସଂଘ କାର୍ଯ୍ୟକାରୀ ସଭାପତି ନବୀନ ସାହୁ ଙ୍କ ସମେତ ଉପସଭାପତି ପ୍ରବୋଧ କୁମାର ସିଂ , ବିଧୁଭୂଷଣ ନାୟକ, ଦିନବନ୍ଧୁ ବେହେରା , ରାଜକିଶୋର ନାୟକ,ଦେବବ୍ରତ ସାହୁ,ନିହାରରଞ୍ଜନ ସାହୁ,ସହ ସମ୍ପାଦକ କଇନ ପ୍ରଧାନ, କୋଷାଧ୍ୟକ୍ଷ ରଜତ ସିଂ, ସାଂଗଠନିକ ସମ୍ପାଦକ ସଞ୍ଜୀବ କୁମାର ପ୍ରଧାନ, ଉପଦେଷ୍ଟା ଗିରିଧାରୀ ପାଢ଼ୀ, ପ୍ରଦୀପ କୁମାର ଲିମା, ପ୍ରଶାନ୍ତ କୁମାର ସାହୁ, ଦଶରଥ ପ୍ରଧାନ, ଦିନବନ୍ଧୁ ବେହେରା , ପ୍ରଦୀପ ମଳିକ,ବଳରାମ ନାୟକ, ବୀରେନ୍ଦ୍ର ମାଝୀ, ରଞ୍ଜନ ମଲ୍ଲିକ, ସଞ୍ଜୀବ ସିଂ, ମିଡ଼ିଆ ସଂଯୋଜକ ସୋନିଆ ଏବଂ କାଳିଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସଂଘର ଉପ ସଭାପତି ବିଧୁଭୂଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.