ଛାଡଖାଇରେ ଆମିଶ ଦୋକାନରେ ଦିନ ଦୁଇଟା ପର୍ଯ୍ୟନ୍ତ ଭିଡ଼ : ପିଆଜ ରସୁଣ ରେଟ ବୃଦ୍ଧି…

ଫୁଲବାଣୀ :-ବୁଧବାର ଦିନ ଫୁଲବାଣୀ ଆମିଶ ଦୋକାନରେ ବହୁ ଲୋକ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା l ଏପରିକି କେତେକ ଆମିଶ ଦୋକାନରେ ଦିନ ଦୁଇଟା ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା l ଯାହା ହେଉ ଦୋକାନୀ ମାଲାମାଲ୍ ତା ସାଙ୍ଗକୁ ପିଆଜ ରସୁଣ ରେଟ ବୃଦ୍ଧି ଯୋଗୁଁ ନିରାମିଷାଶୀ ଖାଉଟି ହନ୍ତସନ୍ତ l ମାଛ ଗୋଦାମ ଦୋକାନୀମାନେ ମାଛ, ଆଗରୁ ଆଣି ଷ୍ଟକ୍ ରଖିଛନ୍ତି l ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ସାଧାରଣତଃ ମଟନ୍, ଚିକେନ୍ ଏବଂ ମାଛର ଚାହିଦା ଅଧିକ l ଗତକାଲି ଶେଷ ହୋଇଥିବା କାର୍ତ୍ତିକ ଶୁଭ ମାସ ପାଳନ କରିବା ପାଇଁ ହିନ୍ଦୁମାନେ ଭେଜ୍ ଖାଦ୍ୟରୁ ନିବୃତ୍ତ ହୋଇଥିଲେ। ଆଜିପରି ଦିନରେ ଲୋକଙ୍କ ଛାଡ ଖାଇ ପାଳନ ପାଇଁ ବଳି ପଡ଼ିଛନ୍ତି କୋଟି କୋଟି ନିରୀହ ପ୍ରାଣୀ l ଏତିହାସିକ କିମ୍ବଦନ୍ତୀ ଅନୁଯାୟୀ
ଛାଡ଼ଖାଇ,ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ପାଳନ କରାଯାଏ କାର୍ତ୍ତିକ ମାସକୁ ଓଡ଼ିଶାରେ ଏକ ପବିତ୍ର ମାସ ଭାବରେ ପାଳନ କରାଯାଏ । ବହୁ ଲୋକ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ,ପଞ୍ଚକରେଆମିଷ ଭକ୍ଷଣରୁ ନିବୃତ ରହନ୍ତି ।ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଲ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଉପରାନ୍ତେ,ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।କାର୍ତ୍ତିକ ମାସ ଓ ମାର୍ଗଶୀର ମାସରେ ପବନର ଗତିପଥ ବଦଳିଥାଏ । ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟ ପାଖକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ । କିଛି ଐତିହାସିକମାନଙ୍କ ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ । ଶୀତ ଦିନରେ କୁକୁଡ଼ା ଓ ଛେଳି ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ମାଂସ ଖାଇବାର ସବୁଠାରୁ ଭଲ ସମୟ ବୋଲି କିଛି ଲୋକଙ୍କ ମତ ।

nis-ad
Leave A Reply

Your email address will not be published.