ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ…

କନ୍ଧମାଳ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି।ଏହି ଶୁଭ ଅବସରରେ ଫୁଲବାଣୀ ଏଡିଜେ ସ୍ଵତନ୍ତ୍ର ପୋସ୍କ ଶ୍ରୀ ସଞ୍ଜିତ୍ କୁମାର ବେହେରା ସବୁଜ ପତାକା ଦେଖାଇ ରାଲିକୁ ଶୁଭ ଉଦଘାଟନ କରିଥିଲେ। ପ୍ରକାଶ ଥାଉ କି ପ୍ରତିବର୍ଷ ନଭେମ୍ବର 9 ରେ, ଜାତୀୟ ଆଇନ ସେବା ଦିବସ ପାଳନ କରାଯାଏ ୧୯୮୭ ର ଆଇନ ସେବା ପ୍ରାଧିକରଣ ଅଧିନିୟମ, ଯାହା୧୯୯୫ ରେ ଲାଗୁ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ନଭେମ୍ବର 9 ରେ ସମସ୍ତ ରାଜ୍ୟ କର୍ତ୍ତୃପକ୍ଷ ଆଇନ ସେବା ଦିବସ ପାଳନ କରନ୍ତି। ଦେଶର ରାଜଧାନୀ ସହରର ଅନେକ ସ୍ଥାନ ତଥାପି ବିଭିନ୍ନ ଆଇନଗତ ସାକ୍ଷରତା ଶିବିର ଏବଂ କାର୍ଯ୍ୟକ୍ରମ ଆୟୋଜନ କରିଥାଏ l ଆଇନ ସେବା ଦିବସ ସହ ଜଡିତ କାର୍ଯ୍ୟ ଏବଂ ଶିବିରରେ ଅଂଶଗ୍ରହଣ କରିବା ଉଭୟ ସରକାରୀ ଏବଂ ବେସରକାରୀ ସଂଗଠନର ବ୍ୟକ୍ତି l ୧୯୯୫ରେ ସୁପ୍ରିମକୋର୍ଟ ଆଇନ ସେବା ଦିବସ ପ୍ରତିଷ୍ଠା କରିଥିଲେ ଏବଂ ଏହା ପ୍ରତିବର୍ଷ ନଭେମ୍ବର ୯ ରେ ପାଳନ କରାଯାଏ। ଅକ୍ଟୋବର ୨ ରୁ ୧୪ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଏକ ଛଅ ସପ୍ତାହ ପାନ ଇଣ୍ଡିଆ ଆଇନଗତ ସଚେତନତା ଏବଂ ପ୍ରସାରଣ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଦ୍ୱାରରୁ ଦ୍ୱାର ଅଭିଯାନ, ଆଇନ ଶିକ୍ଷା କାର୍ଯ୍ୟକ୍ରମ, ମୋବାଇଲ୍ ଭ୍ୟାନ୍ ସଚେତନତା ଅଭିଯାନ ଏବଂ ଆଇନ ସହାୟତା କ୍ଲିନିକ୍ ସଚେତନତା ଅଭିଯାନ ଅନ୍ତର୍ଭୁକ୍ତ ଥିଲା l


ଆଜିର କାର୍ଯ୍ୟକ୍ରମ ରେ ଆଇନ ସେବା ପ୍ରାଧୀକରଣର ସମ୍ପାଦିକା ଅନୁଶିଳା ରାୟ,ଏସଡ଼ିଜେଏମ ଅର୍ଜିତ ଦାଶ,ବାର ଆସୋସିଏସନର ସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ ,ବରିଷ୍ଟ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ରଞ୍ଜନ କୁମାର ଦାସ, ଜୟନ୍ତୀ ପାଣିଗ୍ରାହୀ, ପ୍ରଭାତ ପଟ୍ଟନାୟକ , ପିତାମ୍ବର ସାହୁ,ଦେବରାଜ ସାହାଣୀ ,ଫୁଲବାଣୀ ଏସଡିପିଓ ଯୋଗ ଦେଇଥିବା ବେଳେ ଫୁଲବାଣୀ ସହରର ଅଙ୍ଗନାୱାର୍ଡ କର୍ମୀ, ବିଦ୍ୟାଳୟର ଛାତ୍ର,କିଛି ଏନଜିଓର କର୍ମଚାରୀଙ୍କ ଦ୍ଵାରା ଏକ ରାଲି ବାହାରି ସହର ପରିକ୍ରମା କରିଥିଲେ।ଏହି ରାଲି ମାଧ୍ୟମରେ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ଆଇନସେବା ଏକ ଅନୁଗ୍ରହ ନୁହେଁ।ହିତାଧିକାରୀଙ୍କ ଏହା ଏକ ସାମ୍ବିଧାନିକ ଅଧିକାର ଅଟେ।ନିଃଶୁଳ୍କ ଆଇନ ସେବା ଆପଣଙ୍କ ବୈଦିକ ଅଧିକାର।ହେବା ସହିତ ଟୁଲ ଫ୍ରି ନମ୍ବର ୧୫୧୬ ରହିଛି ବୋଲି ଜନସାଧାରଣଙ୍କୁ ସଚେତନତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଜରିଆରେ ସଚେତନତା କରାଯାଇଥିଲା ।

nis-ad
Leave A Reply

Your email address will not be published.