ବଣ୍ଡା ଜନଜାତି ବିଲୁପ୍ତ ହେବା ଆଗରୁ ଧ୍ୟାନ ଦେବେକି ସରକାର..?

କର୍ମଜୀବୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଉ ବଣ୍ଡା ଜନଜାତି ମହିଳାଙ୍କୁ..

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଏଠାରେ ଏକାଧିକ ଜନଜାତି ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ବଣ୍ଡା ଜନଜାତି ଏକ ଆଦିମ ଜନଜାତି ଅଟେ। ଏହି ଜନଜାତି ରେ ଜନସଂଖ୍ୟା ବହୁତ କମ। ଏହାର ଅନେକ କାରଣ ରହିଛି। ଶିଶୁ ମୃତ୍ୟୁ ହାର ଅନ୍ୟ ଜନଜାତି ଠାରୁ ବେଶ ଅଧିକା। ଏହାର ନିରାକରଣ ନିମନ୍ତେ ସ୍ୱେଚ୍ଛାସେବୀ ସଂଗଠନ ଠାରୁ ସରକାରୀ ସ୍ତରରେ ଅନେକ ଯୋଜନା ମାନ କାର୍ଯ୍ୟକାରୀ ଜାରି ରହିଛି ଏହିସବୁ ଅଞ୍ଚଳରେ।ମାଲକାନଗିରି ଜିଲ୍ଲାର

ଭୌଗଳିକ ସ୍ଥିତି ହେଉଛି ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳ । ସତେ ଯେମିତି ପ୍ରକୃତିର କୋଳରେ କଅଁଳ ଛୁଆଟେ ସୋଇ ରହିଛି। ଆଉ ଏହି ଜିଲାର ଅଧିକାଂଶ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି। ଏହି ଆଦିବାସୀଙ୍କ ମଧ୍ୟରୁ ବଣ୍ଡା ଜନଜାତି ଅନ୍ୟତମ। ବଣ୍ଡା ଜନଜାତି ଜିଲ୍ଲାର ଉତ୍ତର-ପୂର୍ବ ଯଥା ଖାଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା, ଅନ୍ଦ୍ରାହଲ ଏବଂ ବଡ଼ଦୁରାଲ ପଞ୍ଚୟତରେ ବସବାସ କରନ୍ତି। ଏହି ୩ପଞ୍ଚୟତକୁ ବଣ୍ଡା ଘାଟି କୁହାଯାଇଥାଏ। ଯାହାର ଅବସ୍ଥିତି ସମୁଦ୍ର ପତନ ଠାରୁ ୫୦୦୦ ଫୁଟ ଉପରେ ରହିଛି। ବଣ୍ଡା ଙ୍କ ଜନସଂଖ୍ୟା କହିଲେ ସରକାରୀ ଜନଗଣନା ଅନୁସାରେ ୩୨ଟି ଗ୍ରାମରେ ୨୪୫ ଘରର ପାଖାପାଖି ୬,୭୦୦ ଜଣ ରହିଛନ୍ତି। ଏଠାରେ ଶିଶୁ ମୃତ୍ୟୁ ହାର ଢେର ଅଧିକ। କାରଣ ଜଣେ ବଣ୍ଡା ଯୁବତୀ ନିଜଠାରୁ ୫-୧୦ବର୍ଷ ଛୋଟ ଯୁବକକୁ ବିବାହ କରିଥାଏ। ଆଉ ଜଣେ ବଣ୍ଡା ରମଣୀ ତାହାର ଜୀବନ କାଳ ମଧ୍ୟରେ ଅତି କମରେ 7-୯ଟି ଛୁଆ ଜନ୍ମ କରିଥାଏ। ଛୁଆ ଜନ୍ମ କରିବା ଏବଂ ତାହାର ଲାଳନ ପାଳନ କରିବା ସେମାନେ ସେତେଟା କରନ୍ତି ନାହିଁ। କାରଣ ବଣ୍ଡା ରମଣୀ ହିଁ ପରିବାର ର ସବୁ ରୋଜଗାର ର ଦାଇତ୍ୱ ନେଇଥାଏ। ଯାହାଫଳରେ ନିଜ ଜନ୍ମ କଲା ଛୁଆକୁ ଛାଡି ଜିଙ୍ଗଳକୁ ତଥା କାମ କରିବାକୁ ଯାଇଥାଏ। ବେଳେ ବେଳେ ଅଧିକାଂଶ ମା ନିଜ ଛୁଆକୁ ନେଇ ମଧ୍ୟ ନିଜ କର୍ମ ସ୍ଥଳୀକୁ ଯାଇଥାନ୍ତି। ସେଠାରେ ପିଲାଙ୍କ ଖାଇବା ପିଇବା ସଠିକଭାବରେ ଛୁଆଁ କୁ କରାଇ ନଥାନ୍ତି। ନିଜ ମାଁ କ୍ଷୀର ପିଆଇ ଛୁଆକୁ ବଢ଼ାଇ ଥାନ୍ତି। ଛୁଆଟି ଏକ ବର୍ଷ ନ ପୁରୁଣୁ ପୁଣି ଆଉ ଗୋଟେ ଛୁଆ ଜନ୍ମ କରନ୍ତି ମହିଳା ମାନେ। ଯାହାକୁ ନେଇ ଛୁଆ ଜନ୍ମର ବ୍ୟବଧାନ ଆଉ ଉଚିତ ଲଲନ ପାଳନ କରିବାରେ ସଫଳ ହୁଅନ୍ତି ନାହିଁ। ଏହା ବ୍ୟତୀତ ପରିବାରର ପୁରୁଷ ମାନେ ଜଙ୍ଗଲକୁ ଶିକାର କରିବାକୁ ଯାଉଥିବା ବେଳେ ଘରେ ଛୁଆ ମାନେ ରହିଥାନ୍ତି । ଏଠାକାର ପରିବେଶ ମଧ୍ୟ ଅସ୍ୱାସ୍ଥ୍ୟକର ଆଟେ। ଶିଶୁ ଟିକୁ ମା କ୍ଷୀର ବ୍ୟତୀତ ଘରେ ପେଜ ମାଣ୍ଡିଆ ଭଳି ଜଙ୍ଗଲୀ ଖାଦ୍ୟ ଖୁଆଇଥାନ୍ତି। ଦିନକୁ ଦିନ ବଣ୍ଡା ଜନଜାତିର ଶିଶୁ ମୃତ୍ୟୁ ଏବଂ ମାତୃ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ଏହାର ନିରାକରଣ ନିମନ୍ତେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ସହ ସଚେତନତା ଅବିଷ୍ୟକ ନିହାତି ଆବଶ୍ୟକ। ବୋଲି ବୁଦ୍ଧିଜୀବୀ ମତ ଦେଇ ଛନ୍ତି l ସୂଚନା ଥାଉକି ବଣ୍ଡା ଜନଜାତିର ଶିକ୍ଷା ସ୍ୱାସ୍ଥ୍ୟ ଜୀବନ ଜୀବିକା ନିମନ୍ତେ ସରକାରଙ୍କ ତରଫରୁ ୧୯୯୬ ଠାରୁ ବଣ୍ଡା ଦେଵଲୋପମେଣ୍ଟ ସୋସାଇଟି ଗଠନ କରାଯାଇଛି। ସ୍ୱାସ୍ଥ୍ୟ ନିମନ୍ତେ ମୁଦୁଲିପଡା ଥରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ବଣ୍ଡା ରାମଣୀଙ୍କ ଗର୍ଭଧାରଣ ଠାରୁ ପ୍ରସବ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ଆଶା ଅଙ୍ଗନବାଡି ତଦାରଖ କରୁଛନ୍ତି। ପୂର୍ବରୁ ଵୋଣ୍ଡା ମା ମାନେ ଘରେ ହିଁ ପ୍ରସବ କରୁଥିଲେ। ଵର୍ତମାନ କିଛି ପରିମାଣରେ ତାହା କାମ ହେଈଛି। ଏଠାକାର ଶିକ୍ଷା ବ୍ୟବସ୍ଥା ନାମକୁ ମାତ୍ର। ଏହାରି କାରଣରୁ ୬%ହିଁ ଶିକ୍ଷିତ ହୋଇପାରିଛନ୍ତି। ସଚେତନ ଅଭାବରୁ ପରିବାର ନିୟୋଜନ ରୁ ଦୁରେଇ ରହୁଛନ୍ତି ଆଉ ଭୋଗବ ଦାନ ବୋଲି ଏକାଧିକ ଛୁଆ ଜନ୍ମ କରି ଚାଲିଛନ୍ତି। କିନ୍ତୁ ଜନ୍ମ କରିଥିବା ଛୁଆର କି ମାଁର ସଠିକ ଉପାୟରେ ସେବା ପାଇପାରୁନାହାନ୍ତି। ସମୟ କ୍ରମରର ଆଶା ଅଙ୍ଗନବାଡି କର୍ମୀ ମାନେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ରନ୍ଧା ଖାଦ୍ୟ , ଚତୁଆ ଦେବା ସହ ,ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ଆଣି ପାଠ ପଢ଼ୁଛନ୍ତି।
ବଣ୍ଡା ଘଟିରେ ସରକାରୀ ଯୋଜନା କୁ ସୁଚାରୁ ରୂପରେ ତୁଲାଇବା ଜରୁରୀ ହୋଇପଡିଛି। କାରଣ ୟୁନିସେଫର ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ନିମନ୍ତେ ଯେଉଁ କାର୍ଯ୍ୟପନ୍ଥା ଅବଲମ୍ବନ କରିଛନ୍ତି ତାହା ହିତାଧିକାରୀଙ୍କ ନିକଟ ପହଁଚିଲେ ବଣ୍ଡା ଜନଜାତି ବିଲୁପ୍ତ ହେବାରୁ ବଞ୍ଚିଯିବ ବୋଲି ମାଲକାନଗିରି ଜିଲ୍ଲାର ବୁଦ୍ଧିଜୀବୀ ତଥା ସାଧାରଣ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାର ଙ୍କ ନିକଟରେ ଅନୁରୋଧ କରିଛନ୍ତି

nis-ad
Leave A Reply

Your email address will not be published.