ବିଚତ୍ର ବ୍ୟବସ୍ଥା ରୋଲର ବଦଳରେ ପିକପ ଭ୍ୟାନ କରୁଛି ରାସ୍ତା ସମତୁଲ କାର୍ଯ୍ୟ..

ଧର୍ମକୁ ଆଖି ଠାର ନୀତିରେ ଚାଲିଛି କାମ…!

ମାଲକାନଗିରି,: ଦିନକୁ ଦିନ ସରକାର ବିଭିନ୍ନ ସରକାରୀ କାମରେ ସ୍ଵସ୍ଥତା ପାଇଁ 5T ଅଧିନକୁ ଆଣୁଥିବା ବେଳେ ଏହାକୁ ପ୍ରହସନ ରେ ପରିଣତ କରୁଛନ୍ତି ବିଭାଗୀୟ ଅଧିକାରୀ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ନିକଟସ୍ଥ ଏମ ଭି୪୩ ଗ୍ରାମରେ । ନିର୍ମାଣ ଧୀନ ରାସ୍ତକାର୍ଯ୍ୟରେ ରୋଲର ବଦଳରେ ଲାଗିଛି ପିକପଭ୍ୟାନ । ରାସ୍ତା କୁ ସମତଳ ଓ ସଠିକ ରୂପେ ନିର୍ମାଣ ପାଇଁ ରୋଲର ଚଳାଇବା ବଦଳରେ ଠିକାଦାର ଚଳାଉ ଛନ୍ତି ପିକପ ଭ୍ୟାନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି-୪୩ ଗ୍ରାମରେ। ସୂଚନା ଅନୁଯାୟୀ ଗ୍ରାମରେ ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ତାହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି କରାଯାଉଥିବା ବେଳେ ଏହି ମରାମତି କରୁଥିବା ଠିକାଦାର ରାସ୍ତା ମରାମତି କରି ପଥର ଓ ମରୁମ ପକାଇବା ପରେ ତାହାକୁ ସମତଳ କରିବାକୁ ରୋଲର ବଦଳରେ ଏକ ପିକପ ଭ୍ୟାନରେ ଏହି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ସଂପୃକ୍ତ ଠିକାଦାରଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.