ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଲିଗୁଡ଼ା ଏସ ଡି ଏ ଏ ଚମ୍ପିୟାନ

ଫୁଲବାଣୀ : ଫୁଲବାଣୀ ପୋଲିସ ରିଜର୍ଭ ଗ୍ରାଉଣ୍ଡ ଠାରେ ଚାଲିଥିବା ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଗୁରୁବାର ପୋଲିସ ଓ ବାଲିଗୁଡା ଏସ ଡ଼ିଏଏ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପୋଲିସ ଟିମକୁ ୬୮ ରନ ରେ ପରାସ୍ତ କରି ବାଲିଗୁଡା ବିଜୟୀ ହୋଇଛି l
ପୋଲିସ ଟିମ ଟସ ଜିତି ବାଲିଗୁଡାକୁ ବ୍ୟାଟିଂ କରିବାକୁ ନିମନ୍ତ୍ରିତ କରିଥିଲା l ବାଲିଗୁଡା ନିର୍ଦ୍ଧାରିତ କୋଡିଏ ଓଭର ରେ ୭ ଉଇକେଟ ହରାଇ ୧୬୭ ରନ କରିଥିବା ବେଳେ ପୋଲିସ ଟିମ ସମସ୍ତ ଉଇକେଟ ହରାଇ୧୭.୧ ଓଭରରେ ମାତ୍ର ୯ ୭ ରନ କରିବାକୁ ସକ୍ଷମ ହୋଇଥିଲା l ବାଲିଗୁଡାର ଗୁଲୁ ମେନ ଅଫ ଦି ମ୍ୟାଚ ହୋଇଥିବା ବେଳେ ପୋଲିସ ଟିମର ଅମରେଶ୍ବର ପାତ୍ର ମ୍ୟାନ ଅଫ ଦି ସିରିଜହୋଇଥିଲେ l ବିଜୟୀ ବାଲିଗୁଡା ଚମ୍ପିୟାନ ଦଳକୁ ଓ ରନର୍ସ ଅପ ପୋଲିସ ଟିମକୁ ମୁଖ୍ୟ ଅତିଥି ଏସପି ଭିନିତ ଅଗ୍ରୱାଲ କପ ପ୍ରଦାନ କରି ପୁରସ୍କୃତ କରିଥିଲେ l ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ଯୋଗ ଦେଇ ଖେଳ ହିଁ ଏକମାତ୍ର ମାଧ୍ୟମ ଯାହା ପରସ୍ପର ମଧ୍ୟରେ ବନ୍ଧୁତ୍ୱ ଓ ଭାତୃତ୍ୱ ଭାବ ସୃଷ୍ଟି କରିଥାଏ, ତା ସାଙ୍ଗକୁ ସ୍ୱାସ୍ଥ୍ୟ ଓ ମନ ମଧ୍ୟ ଭଲ ରହିଥାଏ ବୋଲି କହିଥିଲେ l

nis-ad
Leave A Reply

Your email address will not be published.