ଘର କବାଟ ଭାଙ୍ଗି ଚୋରି ଅଭିଯୋଗ

ବୁଗୁଡ଼ା : ଘରେ କେହି ନଥିବା ସୁଯୋଗରେ ଘରେ ପଶି କଳା କନା ବୁଲାଇଲେ ଚୋର l ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର ରଞ୍ଜିତ ରାଉତଙ୍କ ପରିବାର ୩ ଦିନ ହେଲା ସମ୍ବଲପୁର ଯାଇଥିବା ବେଳେ ଗତ ବୁଧବାର ରାତିରେ ରଞ୍ଜିତଙ୍କ ଘର କବାଟ ତାଲା କାଟି ଘରେ ପଶିବା ସହ ଘରେ ଥିବା ଆଲମାରୀ, ଟିଣ ବାକ୍ସ ଓ ଦୋକାନ ଡ୍ର ଭାଙ୍ଗି ଘରର ବିଭିନ୍ନ ଜିନିଷ ପତ୍ର ଫିଙ୍ଗା ଫୋପଡ଼ା କରିବା ସହ ନଗଦ କୋଡିଏ ହଜାର ଟଙ୍କା ଓ ଦୋକାନରେ ଥିବା ସାମଗ୍ରୀ ଲୁଟି ନେଇଥିବା ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି l

nis-ad
Leave A Reply

Your email address will not be published.