ବଡଭାଇକୁ ହତ୍ୟା କରି ସାନ ଭାଇ ଫେରାର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗାଁର ଖଦାଳସାହିରେ ଗତ କାଲି ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ବଡ ଭାଇ ବସନ୍ତ ନାଇକଙ୍କୁ ତାଙ୍କର ସମ୍ପର୍କିୟ ସାନ ଭାଇ ଧିରେନ ନାଇକ ଚାକୁରେ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବସନ୍ତଙ୍କ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମୃତକଙ୍କ ବାପା ପଦ୍ମନାଭ ନାଇକଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୬୪୯/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।ପ୍ରକାଶ ଯେ, ଗତ କାଲି ରାତି ୮ଟା ବେଳେ ବସନ୍ତ ଘର ବାହାରେ ଠିଆ ହୋଇଥିବା ସମୟରେ ଧିରେନ ତାଙ୍କୁ ପଛପଟୁ ଅତର୍କିତ ଭାବେ ଆକ୍ରମଣ କରି ପିଠି ଓ ପେଟକୁ ଛୁରିରେ ଭୁସିଥିଲା । ତାଙ୍କୁ ସେଠାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବସନ୍ତଙ୍କ ମୃତ୍ୟୁ ଘଟିଥିଲା । ତେବେ ଘଟଣା ପରଠୁ ଫେରାର ଥିବା ଅଭିଯୁକ୍ତକୁ ଏବେ ପୋଲିସ ଖୋଜୁଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.