କୃଷିର ଉନ୍ନତିରେ ସମାଜର ଆର୍ଥିକ ସ୍ଥିତି ମଜବୁତ୍ ହୋଇପାରିବ

ଛତ୍ରପୁର : ବୁଧବାର କୃଷି ସହାୟକ କେନ୍ଦ୍ର ଗୋଲାପଲ୍ଲୀ ଠାରେ ଏକ ଇ-ଶ୍ରମିକ ହିତାଧିକାରୀଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୱେଷା ଓ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଭାରତ ସରକାର (ବ୍ରହ୍ମପୁର) ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଶ୍ରମିକ ମାନଙ୍କର ଶିକ୍ଷାଧିକାରୀ ସତ୍ୟ ପ୍ରସାଦ ଲେଙ୍କା ଯୋଗ ଦେଇ ଇ ଶ୍ରମ କାର୍ଡ ର ହିତାଧିକାରୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ ଡିଜିଟାଲ ଆର୍ଥିକ ସ୍ୱାକ୍ଷରତା ବିଷୟରେ ବିସ୍ତ୍ରୃତ ଭାବେ ବୁଝାଇଥିଲେ । ଅନ୍ୱେଷା ଅନୁଷ୍ଠାନର ସମ୍ପାଦିକା ସାଗରିକା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆର୍ଥିକ ଓ ସାମାଜିକ ବିକାଶରେ ମହିଳା ମାନଙ୍କର ସମ୍ମାନ ସହଭାଗିତା ଉପରେ କହିବା ସହ ମହିଳା ଆର୍ଥିକ ଭାବରେ ସଶକ୍ତ ହେଲେ ସମାଜରେ ଆର୍ଥୀକ ଅଭିବୃଦ୍ଧି ଘଟିବ ବୋଲି ମଧ୍ୟ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମର ସଂଯୋଜକ ସ୍ନେହ ରଞ୍ଜନ ଗୋଚ୍ଛାୟତ ଯୋଗ ଦେଇ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ତାଲିମ ଦାତା ଭାବେ ସୁରେଶ ଚନ୍ଦ୍ର ପାଢୀ ଯୋଗ ଦେଇ ସମନ୍ୱିତ କୃଷି, ଜୈବିକ କୃଷି ପଦ୍ଧତି ଏବଂ କିଚେନ ଗାଡେନ୍ ବିଷୟରେ ତାଲିମ ପ୍ରଦାନ କରିଥିଲେ । ଶେଷରେ ସମସ୍ତ ହିତାଧିକାରୀ ମାନଙ୍କୁ ସରକାରଙ୍କ ତରଫରୁ ୨୫୦ ଟଙ୍କା ଲେଖାଁଏ ବ୍ୟାଙ୍କ ମାଧ୍ୟମରେ ପଠାଯିବା ନେଇ ଶ୍ରମିକ ମାନଙ୍କୁ କୁହାଯାଇଥିଲା ସମସ୍ତ କାର୍ଯ୍ୟକ୍ରମକୁ ସୁଦେଷ୍ଣା ସାହୁ, ପୁଷ୍ପାଞ୍ଜଳୀ ସାହୁ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.