ସାର କାରଖାନାକୁ ବିରୋଧ, ଭାରତୀୟ ବିକାଶ ପରିଷଦର ସାମ୍ବାଦିକ ସମ୍ମିଳନୀ

ଛତ୍ରପୁର : ଗଂଜାମ ଜିଲ୍ଲା ଛତ୍ରପୁର ତହସିଲ କାଳିପଲ୍ଲୀ ମୌଜା ରେ ଟାଟା ର ବୃହତ ଇସ୍ପାତ ପ୍ରକଳ୍ପ ପାଇଁ ଅଧିକୃତ ଜମି ମଧ୍ୟରୁ କାଳିପଲ୍ଳୀ ମୌଜା ର ୨୦୬.୬୮୫ ଏକର ଜମି ବ୍ୟବହୃତ ନହୋଇ ପଡି ରହିଥିଲା । ଏବେ ଉକ୍ତ ଜମିକୁ ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ଫେରସ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ରେ ମଂଜୁରୀ ମିଳିଛି । ଏବେ ଏହି ଘଟଣାକୁ ନେଇ ଛତ୍ରପୁରରେ ରାଜନୀତି ଆରମ୍ଭ ହୋଇଛି । ଏପରିକି ବୁଧବାର ଦିନ ଛତ୍ରପୁର ଠାରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲା ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଦୃଢ ବିରୋଧ କରିଛନ୍ତି । ସେଠାରେ ଏକ ବିଷାକ୍ତ କଳକାରଖାନା ନିର୍ମାଣ ହେବାକୁ ଯାଉଛି ଯାହାର ଜନ ଶୁଣାଣି ହୋଇନାହିଁ । ଏହାକୁ ନେଇ ତିନିମାସ ହେଲା ଆନ୍ଦୋଳନ ଚାଲିଛି ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ଚକ୍ରାନ୍ତ ବୋଲି କହିଥିଲେ । କାଳିପଲ୍ଲୀ ଅଂଚଳରେ ସ୍ମାର୍ଟକେମ୍ ଟେକନୋଲଜି କମ୍ପାନୀ ସ୍ଥାପନକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଛନ୍ତି । ଏପରିକି ବିରୋଧ ପରେ କମ୍ପାନୀ ସ୍ଥାପନ କାର୍ଯ୍ୟ ବନ୍ଦ ରହିଛି । ବିନା ଜନଶୁଣାଣୀରେ ଏମୋନିଆ ନାଇଟ୍ରେଟ୍ ଉତ୍ପାଦନ ପାଇଁ ଉକ୍ତ କମ୍ପାନୀକୁ କିଭଳି ପରିବେଶ ପ୍ରମାଣପତ୍ର ମିଳିଛି ସେନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପ୍ରଶ୍ନ ଉଠାଯିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜନବସତି ଠାରୁ ୨୦୦ ମିଟର ମଧ୍ୟରେ ଏହି କମ୍ପାନୀ ପ୍ରତିଷ୍ଠା ହେବାକୁ ଥିବା ବେଳେ ଭୁଲ୍ ତଥ୍ୟ ଦେଇ ପରିବେଶ ପ୍ରମାଣପତ୍ର ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରିକି ଏଥିପାଇଁ ଭୁଲ୍ ତଥ୍ୟ ଦେଇ ମ୍ୟାପ୍ ତିଆରି କରି ଏହାକୁ ପ୍ରଶାସନ ବ୍ୟବସ୍ଥା କରିଥିଲା । ତୁରନ୍ତ କମ୍ପାନୀ ଠାରୁ ଆପତି ପ୍ରମାଣପତ୍ର ପ୍ରତ୍ୟାହାର କରିବାକୁ ବୁଧବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦ ପକ୍ଷରୁ ଦାବି ହୋଇଛି । ନଚେତ୍ ହାଇକୋର୍ଟରେ ଏକ ରିଟ୍ ପିଟିଶନ ଦାଖଲ କରାଯିବ ବୋଲି ସୂଚନା ଦିଆଯାଇଛି । ଅପରପକ୍ଷରେ ଗୁରୁବାର ଛତ୍ରପୁର ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ବସିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ୧୯୯୫ ରେ ଏଠାରେ ଏକ ଟାଟା ଷ୍ଟିଲ୍ କାରଖାନା ଲାଗି ୫୬୦୦ ଏକର ଜମି ଅଧିଗ୍ରହଣ ହୋଇଥିଲା । ପରେ ଏହି କାରଖାନା ସ୍ଥାପନ ହୋଇନଥିଲା । ୨୦୧୧ ରେ ଏଠାରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ପୁଣି ଟାଟା କମ୍ପାନୀ କୁ ସରକାର ଅନୁକମ୍ପା ଦେଖାଇଥିଲେ । ୨୦୨୧ ରେ ଟାଟା କମ୍ପାନୀ ଉକ୍ତ ପାର୍କ ଅଚଂଳରେ ସ୍ମାର୍ଟକେମ୍ ଟେକନୋଲଜି କମ୍ପାନୀ ଏମୋନିଆ ନାଇଟ୍ରେଟ୍ ଉତ୍ପାଦନ ପାଇଁ ସ୍ଥାପନ ପାଇଁ ନିଷ୍ପତି ନେଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ୨୦୬.୬୮୫ ଏକର ଜମି ଫେରାଉଛି ସେଥିରୁ ମାତ୍ର ୮୧ ଏକର ଜମିରେ ଲୋକଙ୍କୁ କ୍ଷତି ପୁରଣ ମିଳିଛି ଏବଂ ୧୨୫ ଏକର ଜମିର ଲୋକଙ୍କୁ କାହିଁକି କ୍ଷତିପୁରଣ ମିଳିନି । ଏହି ୨୭ ବର୍ଷର କ୍ଷତିପୁରଣ ଦାବୀ କରାଯାଇଛି । ଟାଟା କମ୍ପାନୀରୁ ସବୁ ଦଳ ଟଙ୍କା ଖାଇ କେବଳ ଚୁପ ବସିଛନ୍ତି କିନ୍ତୁ ଭାରତୀ ବିକାଶ ପରିଷଦ ଲୋକଙ୍କ ପାଇଁ ଲଢେଇ ଜାରି ରହିବ । ଏପରିକି ସେଠାକାର ସରପଂଚଙ୍କ ପ୍ରତିନିଧି କହୁଥିବା ବ୍ୟକ୍ତି ଜଣକ ଦୀପକ ସାରକାରଖାନର ଏଜେଂଟ ସାଜିଥିବା ଭାରତୀ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଥିଲେ । ଜିଲାକୁ ଅନ୍ୟ କିଛି କମ୍ପାନୀ ଆସୁ ଶିଳ୍ପକୁ ଆମେ ବିରୋଧ କରୁନାହୁଁ କିନ୍ତୁ ବିଷାକ୍ତ ଶିଳ୍ପ କାରଖାନାକୁ ବିରୋଧ କରୁଛୁ । ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦ ର ଜିଲା ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ,କାଳିପଲ୍ଲୀ ଗ୍ରାମ୍ୟକମିଟି ସଭାପତି ବି.ମୋହନ ପାତ୍ର, ଭାରତୀୟ ବିକାଶ ପରିଷଦର ଛତ୍ରପୁର ବ୍ଲକ ସଭାପତି ଗୁରୁଦେବ ବେହେରାଙ୍କ ସମେତ ୨୦ ଖଣ୍ଡ ଗାଁ କମିଟିର କର୍ମକର୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.