ଫୋଟ ଷ୍ଟୁଡିଓ ମାଲିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ଛତ୍ରପୁର : ଛତ୍ରପୁରର ଫୋଟ ଷ୍ଟୁଡିଓ ମାଲିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ବରିଷ୍ଠ ଫୋଟଗ୍ରାଫର କାମାକ୍ଷୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଅଂଚଳ ର ସମସ୍ତ ଫୋଟ ଷ୍ଟୁଡିଓ ମାଲିକ ଏବଂ ସେମାନଙ୍କ ପ୍ରତିନିଧୀ ମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି । ଏହାସହିତ ଏକ ନୂତନ ରେଟ ଚାର୍ଟ ମଧ୍ୟ ଧାର୍ଯ୍ୟ କରାଯିବ ସହିତ ଛତ୍ରପୁର ଗ୍ରାଫର ଆସୋସିଏସନ ନାମରେ ଏକ ସଂଘ ଗଠନ କରାଯାଇଛି । ଏହାକୁ ସର୍ବ ସମ୍ମତ୍ତି କ୍ରମେ ଗୃହୀତ କରାଯିବା ସହିତ ଏହାର ସୁପରିଚାଳନା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।

ଛତ୍ରପୁର ଫୋଟ ଗ୍ରାଫର ଆସୋସିଏସନର ଉପଦେଷ୍ଟା ଭାବେ କାମାକ୍ଷୀ ପ୍ରସାଦ ପଣ୍ଡା, ସଭାପତି ଭାବେ କୃଷ୍ଣ ଚନ୍ଦ୍ର ସାହୁ , ସମ୍ପାଦକ ଭାବେ ଦିଲ୍ଲୀପ କୁମାର ସାମଲ , ଯୁଗ୍ମ ସମ୍ପାଦକ ଭାବେ ବିକ୍ରମ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବେ ସି .ହରେଗୋପାଲ ରାଓ ରହିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ମହାରଣା, ସୁଶାନ୍ତ କୁମାର ସେନାପତି , ଲଲିତ କୁମାର ନାଇଡୁ, ଯୋଗେଶ୍ୱର ସେଠୀ, ମୂରଲୀ ମୋହନ ନାଇଡୁ, ସୁଜୟ ସୁପ୍ରକାଶ ଧଳ, ଗିରୀଶ ମୋହନ ଙ୍କ ସମେତ ବହୁ ଫୋଟଗ୍ରାଫର ମାନେ ଉପସ୍ଥିତ ଥିଲେ । ଏହି ଆସୋସିଏସନ ସଭ୍ୟ ମାନେ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିବା ସମସ୍ତ ନୀୟମ ମାନି ଚଳିବେ ବୋଲି ସମସ୍ତ ସହମତି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.