ଶିଶୁ ମହୋତ୍ସବ ସୁରଭି ୨୦୨୨ ଉଦ୍ଘାଟିତ…

ଉମରକୋଟରୁ ରସିକ ସରକାର // ନିଃସର୍ତ୍ତ

ଉମରକୋଟ:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ପଞ୍ଚାୟତର ମୁଣ୍ଡିବେଡ଼ା ସରକାରୀ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ୧୬ଟି ସ୍କୁଲର ଶିଶୁ ମାନଙ୍କୁ ନେଇ ଆଜି ଶିକ୍ଷା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସକାଳ ୧୦ରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଇଘରର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଇଶ୍ୱର ଚନ୍ଦ୍ର ମାଝୀ (BEO) ସମ୍ମାନୀୟ ଅତିଥି ମୁଣ୍ଡିବେଡ଼ା ପଞ୍ଚାୟତର ସରପଞ୍ଚ ନନ୍ଦୁ ଲାଲ ମାଝୀ,ଏକ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଜତୀନ୍ଦ୍ର ନାଥ ଗଣ୍ଡ,ଚାରି ଜୋନ୍ ନମ୍ବର ଜିଲ୍ଲା ପରିଷଦ ଖଗେଶ୍ୱର ହରିଜନ, ଆଦିବାସୀ ମୋର୍ଚା ସଭାପତି ଉପେନ୍ଦ୍ର ନାଥ ଗଣ୍ଡ ଓ ରାଇଘର ଲାମ୍ପ ସଭାପତି ରାଇସିଂ ଗଣ୍ଡ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ମଞ୍ଚର ଗରିମା ବଢ଼ାଇଥିଲେ । ଏହି କାର୍ଯ୍ୟକ୍ରମରେ ୧୬ଟି ସ୍କୁଲର ମୋଟ ୧୩୦୦ ଶହ ଛାତ୍ର ଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନୁମାନିକ ଏକ ହଜାର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସମସ୍ତ ଛାତ୍ର ଛାତ୍ରୀ ବିତର୍କ, ସୃତି ଲେଖନ, ହସ୍ତାକ୍ଷର, ଚିତ୍ର ଅଙ୍କନ, ବକ୍ତୃତା, ସୃଜନଶୀଳ ଲେଖନ, ହସ୍ତ ପ୍ରକଳ୍ପ, ମଧ୍ୟାହ୍ନ ଭୋଜନ ଓ ସାଂସ୍କୃତି କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ । ଏହି ଆନନ୍ଦମୟ ସୁରଭି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଗୁଛାଗୁଡ଼ା ଉନ୍ନୀତ ହାଇସ୍କୁଲର ଅଷ୍ଟମ କ୍ଲାସର ଛାତ୍ରୀ ଅର୍ଚ୍ଚିତା ସାନ୍ତା । ଅର୍ଚ୍ଚିତାଙ୍କ ନା ଅଛି ବାକ ଶକ୍ତି ନା ଅଛି ଶ୍ରବଣ ଶକ୍ତି କିନ୍ତୁ ତାଙ୍କ ଭିତରେ ଏମିତି ଗୋଟିଏ ଐଶ୍ୱରିକ ଶକ୍ତି ଅଛି ସେ ସବୁ କିଛି ଲେଖି ପାରୁଛନ୍ତି । ଇଂରାଜିରେ ନିଜର ନାଆ ମଧ୍ୟ ଲେଖି ପାରୁଥିବା ଏହି ଝିଅଟିର ହାତ ଅକ୍ଷର ମଧ୍ୟ ବହୁତ ସୁନ୍ଦର । ନାଚରେ ମଧ୍ୟ ଏକ ନମ୍ବର କାରଣରୁ ସମ୍ପୂର୍ଣ୍ଣ ସୁରଭି କାର୍ଯ୍ୟକ୍ରମର ପ୍ରଥମ ପୁରସ୍କାର ଓ ଶ୍ରେୟ ତାଙ୍କ ନାଁରେ କରି ପାରିଥିଲେ। ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମାଝିଙ୍କ କହିବା କଥା; ପାଠ

ଅର୍ଚିତା ସାନ୍ତା..

ପଢିଲେ କେବଳ ପର୍ଯ୍ୟାପ୍ତ ନୁହଁ, ଏଭଳି ପ୍ରତିଭା ସବୁ ଯଦି ବିକଶିତ ହେବାର ସୁଯୋଗ ନ ମିଳେ,ଏପରି ଅନେକ ଅର୍ଚ୍ଚିତା ବଣ ମଲ୍ଲୀ ବଣରେ ଫୁଟି ହିଁ ଝାଉଁଳି ପଡ଼ିବେ । ଏଣୁ ଏହି ଛୋଟ ଛୋଟ ଶିଶୁ ମାନଙ୍କ ଭିତରେ ଲୁକାୟିତ ଅଛି,ସେସବୁ ବିକଶିତ କରିବାକୁ ହେଲେ ସମସ୍ତେ ଏକତ୍ରିତ ହୋଇ ଏଭଳି ସୁରଭି କାର୍ଯ୍ୟକ୍ରମ ଜରିଆରେ ଲୋକ ଲଚନକୁ ଆଣି ସମ୍ମାନିତ କରିବାର ଆବଶ୍ୟକତା ରହିଛି । ଆଜିର ଏହି ଶିଶୁ ଆନନ୍ଦମୟ ସୁରଭି କାର୍ଯ୍ୟକ୍ରମଟି ପରିଚାଳନା ଦାୟିତ୍ୱରେ ସାଧନ କର୍ମୀ ରଞ୍ଜିତ କୁମାର ବୈରାଗୀ, ଅନ୍ତରାମ ମାଝୀ, ପ୍ରମେଶ୍ୱର ସିଂ ରାଜପୁତ, କରନୋଜ କୁମାର ମାଝୀ, ନନୀ ଗୋପାଳ ବିଶ୍ୱାସଙ୍କ ସମେତ ଚିତ୍ତ ରଞ୍ଜନ ମାଝୀ ବିଶେଷ ଯତ୍ନ ସହ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୂଜାଇ ସେଥି ପ୍ରତି ସତର୍କ ଦୃଷ୍ଟି ଦେଇ ଆଗତ ସମସ୍ତ ଅତିଥି ବୃନ୍ଦ ମାନଙ୍କ ମଧ୍ୟାହ୍ନ ଭୋଜନ କରାଇ ସୁଚାରୁ ଭାବେ କାର୍ଯ୍ୟ ସମ୍ପଦାନ କରିଛନ୍ତି l

nis-ad
Leave A Reply

Your email address will not be published.