ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବୈଠକ

ଫୁଲବାଣୀ : ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ସଙ୍ଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ଯ ସଂଘର ଆବାହକ ପ୍ରଭାତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସାଂଗଠନିକ ସମ୍ପାଦକ ଜିତେନ୍ଦ୍ର ମାର୍ଥା ,ରାଜ୍ଯ ସଂଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକ, ରାଜ୍ଯ ସଂଘର ସାଂଗଠନିକ ସମ୍ପାଦକ ତାପସ କୁମାର ମିଶ୍ର ପ୍ରମୂଖ ଯୋଗ ଦେଇ ରାଜ୍ଯ ସରକାରଙ୍କ ନିକଟରେ ନିଜର ହକ ଏବଂ ପ୍ରାପ୍ୟ ପାଇଁ ନଭେମ୍ବର୍ ମାସରେ ପି ଏମ୍ ଜି ଛକ ଠାରେ ସମସ୍ତେ ଏକଜୁଟ ହେବାକୁ ପରାମର୍ଶ ଦେଇଥିଲେ l ଏଥି ସହିତ ସମଗ୍ର କନ୍ଧମାଳରେ ମୋଟ ୧୦୮୦ ଜଣ ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ମଧ୍ୟରୁ ୮୯୦ ଜଣ ଡାଟା ଏଣ୍ଟ୍ରି ଅପରେଟର ରହିଥିବା ବେଳେ ୧୯୦ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି ଯୋଉମାନେକି ସ୍ଵଳ୍ପ ବେତନରେ ଯାହାକି ଲେବର ଦରମା ଠାରୁ କମ ପାଉଛନ୍ତି, ହେଲେବି ସେମାନେ କେବେ ବି ପ୍ରତିବାଦ କରିନାହାନ୍ତି l ଏଥି ସହିତ ସେମାନେ ସରକାରଙ୍କ ଦ୍ଵାରା ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ଯେତିକି ସମୟ ଅଫିସରେ ସମୟ ଦେବା କଥା ସେତିକି ସମୟ ଦେଉନାହାନ୍ତି କିନ୍ତୁ ଆଉଟ ସୋରଶିଙ୍ଗ କର୍ମଚାରୀ ମାନଙ୍କୁ ଦିନକୁ ଆଠ ଘଣ୍ଟାରୁ ଅଧିକ ସମୟ ସରକାରୀ କାର୍ଯ୍ୟାଳୟ ରେ ଉପରିସ୍ଥ କର୍ମଚାରୀ ମାନେ କାମ କରାଉଛନ୍ତି ହେଲେ ବି ଭବିଷ୍ୟତକୁ ଆଖି ଆଗରେ ରଖି ନିଜର ଦାୟିତ୍ଵ ସେମାନେ ସୂଚାରୁ ରୂପେ ତୁଲାଇ ଆସୁଛନ୍ତି l କିନ୍ତୁ ଆଜି ସରକାର ଯେତେବେଳେ ଚୁକ୍ତି ଭିତ୍ତିକ ସମସ୍ତ କର୍ମଚାରୀଙ୍କୁ ସରକାରୀ ଚାକିରୀ ମାନ୍ୟତା ଦେଇ ଦେବା ପରେ ଆଉଟସୋର୍ସିଂ କର୍ମଚାରୀ ମାନଙ୍କୁ ଅଣଦେଖା କରାଜାଈଛି ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l
ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ପ୍ରତି ସହାନୁଭୂତିଶୀଳ ଅଛନ୍ତି। ଶାନ୍ତିପୂର୍ଣ୍ଣ ସଦଭାବନାର ସହ ଚାପ ସୃଷ୍ଟି କଲେ ସରକାରରେ ଥିବା ଅମଲା ମାନେ ବିଳମ୍ବରୁ ନିବୃତ ରହି ଏ କୁସ୍ତିତ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ।ଏହି ସଭାରେ ସଂଘ ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ, ଚୁକ୍ତି ଭିତ୍ତିକ ସଂଘର ସଭାପତି ଶ୍ରୀଯୁକ୍ତ ବିଜୟ ମଲ୍ଲ, କର୍ମଚାରୀ ନେତା ଶ୍ରୀଯୁକ୍ତ ବ୍ରଜ କିଶୋର ପଟ୍ଟନାୟକ, ଶ୍ରୀଯୁକ୍ତ ପଦ୍ମଚରଣ ମହାନ୍ତି, ସଂଘର ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ତାପସ ମିଶ୍ର, ମୁଖ୍ୟ ଦପ୍ତର କର୍ମଚାରୀ ନେତା ଶ୍ରୀଯୁକ୍ତ ସମରେଶ ମହାନ୍ତି, ସଂଘର ନେତା ଦେବ ସାହୁ, କନ୍ଧମାଳ ସଂଘ ର ନେତା ତଥା ରାଜ୍ୟ ସଂଘର ଉପସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ଜିଲାର ପ୍ରମୁଖ କାର୍ଯ୍ୟରତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟ କ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଥିବା ସତାଧିକ ଆଉଟ ସୋରଶିଙ୍ଗ କର୍ମଚାରୀ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.