ସପ୍ତମ ସହୀଦ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପ୍ରେସ ଇଲେଭେନ ୪ ଉଇକେଟରେ ବିଜୟୀ

ଫୁଲବାଣୀ :- ଫୁଲବାଣୀ ସ୍ଥିତ ରିଜର୍ଭ ପଡ଼ିଆଠାରେ ସପ୍ତମ ସହୀଦ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଠାରୁ ଆରମ୍ଭ ହୋଇ ଯାଇଛି । ଏଥିରେ ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଛନ୍ତି । ଗତକାଲି ହୋଇଥିବା ଗ୍ରାଉଣ୍ଡ ୧ରେ ଏସଓଜି ୧୧ ଜିତିଥିବା ବେଳେ ଗ୍ରାଉଣ୍ଡ ୨ରେ ଜି. ଉଦୟଗିରି ଦଳ ମ୍ୟାଚ ଜିତିଥିଲେ । ସେହିପରି ଆଜିର ଟୁର୍ଣ୍ଣାମେଣ୍ଟରେ ବିଶିପଡ଼l ଓ ପ୍ରେସ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ପ୍ରେସ ଇଲେଭେନ ୪ ଉଇକେଟରେ ଏକ ବଲ ବାକି ଥାଇ ବିଜୟ ହାସଲ କରିଛି l ବିଶିପଡ଼l ଦଳ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ବିନିମୟରେ ୨୦୪ ରନ ସଂଗ୍ରହ କରିଥିବା ବେଳେ ପ୍ରେସ ଏକାଦଶ ୬ ଉଇକେଟ ହରାଇ ୨୦୯ ରନ କରି ବିଜୟୀ ହୋଇଥିଲା l ରୁପେଶ ପାଢୀ ୫୦ ବଲରେ ୫୦ ରନ କରିଥିବା ବେଳେ ରାମ ୨୯ ବଲରେ ୭୬ ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ l ସେହିପରି ଅମିୟ କୁମାର ୧୯ ବଲରେ ୩୮ ରନ,ବିଭୂତି ୩ ବଲରେ ୪ ରନ, ଶ୍ରୀକାନ୍ତ ନନ୍ଦ ୧୩ ବଲରେ ୧୯ ରନ,ରନ କରି ଅପରାଜିତ ରହିଥିଲେ, ବାଳ କୃଷ୍ଣ ଚର୍ଚି୪ ବଲରେ ୪ ରନ ସଂଗ୍ରହ କରିଥିଲେ l ଶିବ ନାୟକ ୨ ବଲରେ ୧ ରନ ଏବଂ ସୁଧୀର ମହାରଣା ୨ ବଲରେ ୪ କରି ଅପରାଜିତ ରହିଥିଲେ l ପ୍ରେସ ଇଲେଭେନ ତାର ଆଗାମୀ ମ୍ୟାଚ ୨୫ ତାରିଖରେ ଖେଳିବ l ଏହି ଟୁର୍ଣ୍ଣାମେଣ୍ଟ ରିଜର୍ଭ ଇନସ୍ପେକ୍ଟରଧ6ର୍ମନ୍ଦ୍ର ପ୍ରଧାନ ଓ ସର୍ଜେଣ୍ଟ ସରୋଜ କୁମାର ବେହେରା ଙ୍କ ଆଗ୍ରହ ଓ ଉଦ୍ୟମରେ ଏହି ମ୍ୟାଚ ଆୟୋଜନ କରାଯାଇଛି । ଏଥିରେ ପୋଲିସ ସଂଘର ସକ୍ରୀୟ ସହଯୋଗ ରହିଛି । ଚମ୍ପିୟାନ ଦଳ ଓ ରନର୍ସ ଦଳ କୁ ଆର୍ଥୀକ ପୁରସ୍କାର ସହ ଟ୍ରଫି ରହିଛି ।

nis-ad
Leave A Reply

Your email address will not be published.