ମାଣିତରା କଲେଜରେ “ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମ

ବୁଗୁଡ଼ା : ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କନ୍ୟାରତ୍ନଙ୍କ ଆଚାର ଓ ବ୍ୟବହାର ତଥା ଆବଶ୍ୟକତା ସମ୍ପର୍କିତ “ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ଯକ୍ଷ ଅନୁପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଝିଅ ସୁରକ୍ଷା ସମିତିର ଅଧିକାରୀ ସୁଶାନ୍ତ କୁମାର ସାହୁ ଓ ତାଲିମ୍ ଦାତା ଦାଶରଥି ତ୍ରିପାଠୀ ଯୋଗ ଦେଇ ଛାତ୍ରୀମାନଙ୍କୁ ସ୍ବାବଲମ୍ବୀ ହେବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବାକୁ ପ୍ରେରଣା ଯୋଗାଇ ଥିଲେ । ଅନ୍ୟପକ୍ଷରେ ଅଧ୍ଯାପିକା ପ୍ରଜ୍ଞା ପାରମିତା ସାହୁ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିବା ସହ ସଚେତନତା ହିଁ ସମାଜ ସୁରକ୍ଷାର ମାପକାଠି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ଯାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ସନ୍ତୋଷ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଏହାକୁ ପରିଚାଳନା କରିବାରେ ସଞ୍ଜୁକ୍ତା ପାତ୍ର ଓ ଅର୍ଚ୍ଚନା କୁମାରୀ ମୁନି ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.