ନିଃସର୍ତ୍ତ ନ୍ୟୁଜ୍ ର ପ୍ରଭାବ:୭୨ ବର୍ଷୀୟା ଭଗବତୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନିମନ୍ତେ ପ୍ରତିଶ୍ରୁତି…

ବାଲିମେଳା ପ୍ରତିନିଧି //ନିଃସର୍ତ୍ତ

ବାଲିମେଳା: ଗତ ୦୯ ଅକ୍ଟୋବର ୨୦୨୨ ରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର ୯ନଂୱାର୍ଡ ର ୭୨ ବର୍ଷୀୟା ଭଗବତୀ ପୂଜାରୀଙ୍କ ବାସଗୃହ ସମ୍ପର୍କରେ ଅର୍ଥାତ୍ ଦାରିଦ୍ର୍ୟର କଷାଘାତରେ ନିତି ଶଢୁଥିବା ଜଣେ ବୃଦ୍ଧାଙ୍କ ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା । ତଥା ଟ୍ୱିଟର ସାମାଜିକ ଗଣମାଧ୍ୟମରେ ଯୋଗେ ଏହି ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନ ମାଲକାନଗିରିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଉକ୍ତ ସମ୍ବାଦକୁ ଆଧାରକରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୪୪୭୪/୨୨/NAC ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରିଥିବା ଏକ ଲିଖିତ ପ୍ରତିଶ୍ରୁତି ହସ୍ତଗତ ହୋଇଛି । ଉଲ୍ଲେଖ ଥିବା ବିଷୟ ମୁତାବକ ସ୍ଥାନୀୟ ପ୍ରଶାସନ ନିଜେ ଅନୁଧ୍ୟାନ କରି ସ୍ଵୀକାର କରିଛନ୍ତି ଯେ ସମ୍ପୃକ୍ତ ବୃଦ୍ଧା ଯଦିଓ ଜଣେ ଉପଯୁକ୍ତ ହିତାଧିକାରୀ ତା’ସତ୍ତ୍ଵେ ସେ ପକ୍କା ଘରଟିଏ ପାଇବାରୁ ବଞ୍ଚିତ ହୋଇ ଆୟାପ୍ପା ଲାଇନ୍ ରେ ଏକ ଭଙ୍ଗା କୁଡ଼ିଆରେ ରହୁଛନ୍ତି । ଅନୁସନ୍ଧାନ ପରେ ଏହା ପ୍ରମାଣିତ ହୋଇଛି ଯେ ସର୍ଭେ ଅବଧିରେ ତାଙ୍କ ସପକ୍ଷରେ LRC ଜାରି କରାଯାଇ ନାହିଁ। ଇତି ମଧ୍ୟରେ, ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗରେ ବାଲିମେଲା ଏନ୍.ଏ.ସି.ଚିଠି ନଂ.୧୧୦୮ ତାରିଖ ୧୪.୦୯.୨୦୨୨ (ଜାଗା ମିଶନ୍) ଅନୁଯାୟୀ ସ୍ଥଳବିଶେଷରେ LRC ରୁ ବଞ୍ଚିତ ହିତାଧିକାରୀ ମାନଙ୍କ ଘର ନିମନ୍ତେ ଫିଜିକାଲ୍ ସର୍ବେକ୍ଷଣ କାର୍ଯ୍ୟ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଉଛି। ଏହା ପରେ ସଂପୃକ୍ତ ହିତାଧିକାରୀଙ୍କ ସପକ୍ଷରେ LRC ଏବଂ PMAY ଘର ବଣ୍ଟନ କରାଯିବ । ଖବର ପାଇ ବୃଦ୍ଧା ଭଗବତୀଙ୍କ ମୁହଁରେ ଖୁସିର ଏକ ଝଲକ୍ ଦେଖିବାକୁ ମିଳିଛି । ଏହା ସହ ପ୍ରଶାସନର ଏଭଳି କର୍ମତତ୍ପରତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

nis-ad
Leave A Reply

Your email address will not be published.