୫ ଜଣ ଗ୍ରାମବାସିଙ୍କୁ ରାତି ଅଧିଆ ଗାଁରୁ ଉଠାଇଲା ଘଟଣା : ଗ୍ରାମବାସିଙ୍କୁ ମୁକୁଳାଇବା ପାଇଁ ଥାନା ଘେରିଲେ ଶହଶହ ଗ୍ରାମବାସି…

ମାଲକାନଗିରି :ମାଲକାନଗିରି ଜିଲ୍ଲା କତାମାଟେରୁ ଗାଁ ରେ ବେସରକାରୀ ସିମେଣ୍ଟ କମ୍ପାନୀ କରିବା ପାଇଁ ରାଜ୍ୟ ସରକାର ଏକ ଜନ ଶୁଣାଣି କରିଥିଲେ । ତେବେ ଏହି ଜନ ଶୁଣାଣି ରେ ସମ୍ପୂର୍ଣ୍ଣ ଗାଁ ର ଲୋକେ ଉପସ୍ଥିତ ନଥିଲେ । କିଛି ଗାଁ ଲୋକଙ୍କୁ ନେଇ ଏହି ଜନ ଶୁଣାଣି ହୋଇଥିଲା । ତେବେ ଏହି ଜନ ଶୁଣାଣି କୁ ବିରୋଧ କରିବା ସହ ସେହି ଗାଁ ରେ ସିମେଣ୍ଟ କମ୍ପାନୀ କରାଇ ନ ଦେବା ପାଇଁ ଗାଁ ଲୋକ ସ୍ଥିର କରିଥିଲେ। ତେବେ ଏହାକୁ ଗାଁ ର କିଛି ଲୋକ ସଭାପତିତ୍ୱ କରି ଥିଲେ । କାରଣ ଯେଉଁ ଜମିରେ କାମ କରି ଗାଁ ଲୋକ ନିଜର ଜୀବିକା ନିର୍ବାହ କରୁଛନ୍ତି ଓ ଯେଉଁ ଜଙ୍ଗଲ ଉପରେ ଭରସା କରି ସେମାନେ ଚଳୁଛନ୍ତି ଯଦି ସେଠି କମ୍ପାନୀ ହେବ ତେବେ ଗାଁ ଲୋକେ ଜୀବିକା ହରାଇବେ। ତେଣୁ ଏହି କମ୍ପାନୀ କୁ ବିରୋଧ କରୁଥିଲେ ଗ୍ରାମବାସୀ । ତେବେ ଏହାକୁ ଦାଇତ୍ୱ ନେଇଥିବା 5 ଜଣ ଲୋକଙ୍କୁ ପୋଲିସ ରାତି ଅଧିଆ ଗାଁ ରୁ ଉଠାଇ ଆଣିଛି। ତେବେ ଏହି ପାଞ୍ଚ ଜଣଙ୍କୁ ପୋଲିସ ନିକଟରୁ ଛଡ଼ାଇବା ପାଇଁ ଆଜି ମାଟାପାକା ସହ ଆଖ ପାଖ ଗ୍ରାମର ସହ ସହ ଗ୍ରାମବାସି ଥାନା ଘେରାଉ କରିଥିଲେ । ଏଥି ସହ ଏହି 5 ଜଣଙ୍କୁ ନ ଛାଡିବା ପ୍ରଯ୍ୟନ୍ତ ଥାନା ସମ୍ମୁଖରେ ଧାରଣା ଦିଆ ଯିବ ବୋଲି ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.