ଆଇଟିଡିଏ ପକ୍ଷରୁ ମନରେଗାରେ ଆମ୍ବ ଚାରା ପ୍ରଦାନ

ଦାରିଙ୍ଗବାଡ଼ି,୧୫/୯ : ଆଜାଦି କି ଅମୃତ ମୋହତ୍ସବ ଅବସରରେ ବାଲିଗୁଡା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଆମ୍ବ ଓ କାଜୁ ଚାରା ପ୍ରଦାନ କରାଯାଇଛି । ଏହି ଅବସରରେ ୩୧.୫ ହେକ୍ଟର ଜମିରେ ଚାଷ କାରାଯିବାର ଲକ୍ଷ୍ୟ ରଖା ଯାଇଥିବା ବେଳେ ୨୬ ଜଣ ଚାଷୀଙ୍କୁ ୧୩ ହଜାର ୫ ଶହ ଆମ୍ବ ଓ ୧୨ ଶହ କାଜୁ ଚାରା ପ୍ରଦାନ କରାଯାଇଛି । ମନରେଗା ଯୋଜନା ଉକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଚାଷୀଙ୍କୁ ଆମ୍ବ ଓ କାଜୁ ଚାଷ ପାଇଁ ଆବଶ୍ୟକ ତାର ବାଡ଼, ସାର ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ଆଇଟିଡିଏ ପ୍ରକଳ୍ପ ନିର୍ଦେଶକ ମଧୁସୁଦନ ବେହେରାଙ୍କ ତତ୍ୱାବଧାନ କ୍ରମେ ଜୀବିକା କାର୍ଯ୍ୟଦକ୍ଷ ନିର୍ବାହୀ ଦେବାଶିଷ ନାୟକ ଚାଷୀଙ୍କୁ ଚାରାପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.