ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା : ୧୮୦୦ ଗ୍ରାମ ଅଫିମ ସହ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ କୁ ମିଳିଛି ବଡ଼ ସଫଳତା ଏକ କିଲୋଗ୍ରାମ ଆଠଶହ ଗ୍ରାମ ଓଜନ ର ଅଫିମ ଚୋରା ଚାଲାଣ ବେଳେ ଜଣଙ୍କୁ କାବୁ କରିଛି ଅବକାରୀ। ଗତକାଲି ଶ୍ରୀରାମ ନଗର ମୁଖ୍ୟ ରାସ୍ତାରେ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରୁଥିବା ସମୟରେ ଜୈନିକ ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିବାକୁ ପାଇଥିଲେ।ଉକ୍ତ ଯୁବକକୁ କାବୁ କରିବା ସହିତ ଉକ୍ତ ଘରେ ଗୁଇନ୍ଦା ଅବକାରୀ ଯାଞ୍ଚ ବେଳେହାତରେ ଲାଗିଲା ଏକ କିଲୋ ଆଠ ଶହ ଗ୍ରାମର ଅଫିମ ।

ଚୋରା ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଆସ୍କା ରୋଡ଼ ସ୍ଥିତ ଶ୍ରୀରାମ ନଗର ଏକ ଘରେ ଚଢ଼ାଉ କରିଥିଲେ। ଏହି ସଂକ୍ରାନ୍ତ ରେ ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଶରତ କୁମାର ସାବତ କୁ ଗିରଫ କରିଛି ପୋଲିସ। ବ୍ରହ୍ମପୁରରେ ଏକ ଭଡ଼ା ଘରେ ରହି ଏହି ବ୍ୟବସାୟ କରୁଥିବାବେଳେ ସେ ଏହି ଅଫିମ କେଉଁଠାକୁ ଚାଲାଣ ହେଉଥିଲା ଓ ଏଥିରେ କିଏ କିଏ ସଂଶ୍ଳିଷ୍ଟ ରହିଛନ୍ତି ସେ ନେଇ ଅଧିକ ତଦନ୍ତ କରୁଥିବା କହିଛନ୍ତି ଡେପୁଟି କମିଶନର ଅଶୋକ କୁମାର ଶତପଥୀ । ଏହି ଅଫିମ ର ମୂଲ୍ୟ ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଜଣା ପଡ଼ିଛି। ଆଜି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

nis-ad
Leave A Reply

Your email address will not be published.