ବୁଗୁଡ଼ା ଓ ବି.କରଡ଼ାବାଡ଼ିରେ ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ


ବୁଗୁଡ଼ା(୧୫/୦୯) : ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଠାରେ ମା ଦୁର୍ଗାଦେବୀଙ୍କ ସପ୍ତମୀ ପୂଜା ଉପଲକ୍ଷେ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ଅପରାହ୍ନରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂଜକ ଭାବେ ଶିଶିର କୁମାର ମିଶ୍ର ବିଧିବିଧାନ ପୂର୍ବକ ପୂଜାପାଠ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ରବି ନାରାୟଣ ପଣ୍ଡା ଦାୟିତ୍ବ ତୁଲାଇ ଥିଲେ l ଏଥିରେ କମିଟି ସଭାପତି ଅନିଲ ପଟ୍ଟନାୟକ, ଉପସଭାପତି ଦୁର୍ଗା ପ୍ରସାଦ ଦାଶ,ସମ୍ପାଦକ ପବିତ୍ର ନାୟକ, କୋଷାଧକ୍ଷ ବିଦ୍ୟାଧର ନାୟକ, ଲିଙ୍ଗରାଜ ଆଚାରୀ, ବିଦେଶୀ ମହାପାତ୍ର,ପ୍ରଶାନ୍ତ ନାୟକ, ଲକ୍ଷ୍ମଣ ପାଣି, , ଯୋଗେନ୍ଦ୍ର ସାହୁ, କୁଞ୍ଜ ବେହେରା, ରଞ୍ଜିତ ସାହୁ, ରିଙ୍କୁ ସାହୁ, କେଦାର ନାଥ ସାହୁ, ଟୁଟୁ ସେଠୀ , ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମରେ ଦୁର୍ଗା ପୂଜା କମିଟି ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଆଗାମୀ ଶ୍ରୀଦୁର୍ଗାଦେବୀଙ୍କ ସପ୍ତମୀ ପୂଜା ଉପଲକ୍ଷେ ଆଜି ଗାଁ ଛକରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ ଚିତ୍ତରଞ୍ଜନ ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ଗୋପାଳ ନାୟକ ଦାୟିତ୍ବ ନିର୍ବାହ କରିଥିଲେ ।

nis-ad
Leave A Reply

Your email address will not be published.